୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି

କେନ୍ଦ୍ରାପଡ଼ା,୨୦ା୪(ଜଗନ୍ନାଥ ଧଳ): ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ ଭାରସାମ୍ୟ ହରାଇ ଜିଲା ଶିକ୍ଷାଅଧିକାରୀ୍‌ଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ଦୁଇଟି କ୍ୟାବିନ୍‌(ପାନ ଦୋକାନ) ଉପରେ ମାଡ଼ି ଯାଇଥିଲା। ଏଥିସହ ରାସ୍ତା ପାଶର୍‌ବରେ ପାର୍କିଂ ହୋଇଥିବା ଏକ ବାଇକ୍‌କୁ ମଧ୍ୟ ଟ୍ରକ୍‌ଟି କିଛି ବାଟ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ […] The post ୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି appeared first on Dharitri Odia News.

୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି

କେନ୍ଦ୍ରାପଡ଼ା,୨୦ା୪(ଜଗନ୍ନାଥ ଧଳ): ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ ଭାରସାମ୍ୟ ହରାଇ ଜିଲା ଶିକ୍ଷାଅଧିକାରୀ୍‌ଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ଦୁଇଟି କ୍ୟାବିନ୍‌(ପାନ ଦୋକାନ) ଉପରେ ମାଡ଼ି ଯାଇଥିଲା। ଏଥିସହ ରାସ୍ତା ପାଶର୍‌ବରେ ପାର୍କିଂ ହୋଇଥିବା ଏକ ବାଇକ୍‌କୁ ମଧ୍ୟ ଟ୍ରକ୍‌ଟି କିଛି ବାଟ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି l

The post ୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି appeared first on Dharitri Odia News.