ଶ୍ରୀଦୁର୍ଗାର ଲକି ଡ୍ର: ମିଭାନ ଜିତିଲେ ‘ହାର୍ଲେ ଡେଭିଡ୍ସନ’
ଭୁବନେଶ୍ୱର,୪।୧ (ଅଭୟ ଦାଶ): ଶ୍ରୀଦୁର୍ଗା ରିଟେଲ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ଆରପିଏଲ୍) ର ବହୁ ପ୍ରତୀକ୍ଷିତ ତଥା ପାର୍ବଣ ‘ଲକି ଡ୍ର’ ମହୋତ୍ସବ ଗୁରୁବାର ଭୁବନେଶ୍ୱରର ଅଶୋକନଗରସ୍ଥିତ ଜନପଥ ଷ୍ଟୋରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଗତ ଦୁର୍ଗାପୂଜାରେ ଆରମ୍ଭ ହୋଇଥିବା ଲକି ଡ୍ର’ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏପରିକି ଲକି ଡ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜନପଥ ଷ୍ଟୋର ପରିସରକୁ ଆସିଥିବା ଗ୍ରାହକମାନଙ୍କ ମଧ୍ୟରୁ ଜଣେ […] The post ଶ୍ରୀଦୁର୍ଗାର ଲକି ଡ୍ର: ମିଭାନ ଜିତିଲେ ‘ହାର୍ଲେ ଡେଭିଡ୍ସନ’ appeared first on Dharitri Odia News.
ଭୁବନେଶ୍ୱର,୪।୧ (ଅଭୟ ଦାଶ): ଶ୍ରୀଦୁର୍ଗା ରିଟେଲ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ଆରପିଏଲ୍) ର ବହୁ ପ୍ରତୀକ୍ଷିତ ତଥା ପାର୍ବଣ ‘ଲକି ଡ୍ର’ ମହୋତ୍ସବ ଗୁରୁବାର ଭୁବନେଶ୍ୱରର ଅଶୋକନଗରସ୍ଥିତ ଜନପଥ ଷ୍ଟୋରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଗତ ଦୁର୍ଗାପୂଜାରେ ଆରମ୍ଭ ହୋଇଥିବା ଲକି ଡ୍ର’ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି।
ଏପରିକି ଲକି ଡ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜନପଥ ଷ୍ଟୋର ପରିସରକୁ ଆସିଥିବା ଗ୍ରାହକମାନଙ୍କ ମଧ୍ୟରୁ ଜଣେ କୁନି ଗ୍ରାହକ ଉକ୍ତ ଲକି ଡ୍ର’ କୁପନଗୁଡିକ ମଧ୍ୟରେ ଭାଗ୍ୟଶାଳୀ ବିଜେତାଙ୍କ ନାମ ଉଠାଇଥିଲେ। ତେବେ ଉକ୍ତ ଲକି ଡ୍ର’ କୁପନ୍ ଉଠାଣରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ‘ହାର୍ଲେ ଡେଭିଡ୍ସନ୍’ବାଇକ୍ ଜିତିଛନ୍ତି।
ବିଶେଷକରି ସ୍ବତନ୍ତ୍ର ଶପିଂର ନିଆରା ଅନୁଭୂତିରେ ସାମିଲ ହୋଇ ଗ୍ରାହକମାନେ ନିଶ୍ଚିତ ଉପହାର ‘ସ୍ବର୍ଣ୍ଣମୁଦ୍ରା’ ଏବଂ ଲକି ଡ୍ର’ ଜରିଆରେ ‘ହାର୍ଲେ ଡେଭିଡ୍ସନ୍’ ବାଇକ୍ ଜିତିବାର ସୁବର୍ଣ୍ଣ ସୁଯୋଗ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀଦୁର୍ଗାର ଭୁବନେଶ୍ୱରସ୍ଥିତ ଅଶୋକନଗର, ପାତ୍ରପଡ଼ା ଏବଂ ବ୍ରହ୍ମପୁରସ୍ଥିତ ବଡ଼ବଜାରଠାରେ ଥିବା ଏକ୍ସକ୍ଲୁସି ଶୋ’ରୁମ୍ ରହିଛି ା
The post ଶ୍ରୀଦୁର୍ଗାର ଲକି ଡ୍ର: ମିଭାନ ଜିତିଲେ ‘ହାର୍ଲେ ଡେଭିଡ୍ସନ’ appeared first on Dharitri Odia News.