ମୁମ୍ବାଇ ଲୋକାଲ୍ ଟ୍ରେନ୍ର ମହିଳା କୋଚ୍ରେ ଉଲଗ୍ନ ଅବସ୍ଥାରେ ଚଢ଼ିଗଲେ ବ୍ୟକ୍ତି, ତା’ ପରେ ଯାହା ହେଲା Video ଦେଖିଲେ…
ମୁମ୍ବାଇ,୧୭।୧୨: ମୁମ୍ବାଇ ଲୋକାଲ ଟ୍ରେନ୍ରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ହଠାତ୍ ମହିଳା କୋଚ୍ରେ ଜଣେ ବ୍ୟକ୍ତି ନିବସ୍ତ୍ର ହୋଇ ଚଢ଼ି ଯାଇତିଲେ। ଏହା ଦେଖି ମହିଳାମାନେ ଚିତ୍କାର କରି ଉଠିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୁମ୍ବାଇ ଲୋକାଲ୍କୁ ସହରର ଲାଇଫଲାଇନ୍ ବୋଲି କୁହାଯାଏ। ଏହି ଟ୍ରେନ୍ରେ ଯାତ୍ରା କରିବାକୁ ମହିଳାମାନେ ସୁରକ୍ଷିତ ମନେ କରନ୍ତି। ହେଲେ ଏବେ ବିପରିତ ଘଟଣା ଦେଖିବାକୁ ମିଳିଛି। ଟ୍ରେନ୍ର ମହିଳା କୋଚ୍ରେ […] The post ମୁମ୍ବାଇ ଲୋକାଲ୍ ଟ୍ରେନ୍ର ମହିଳା କୋଚ୍ରେ ଉଲଗ୍ନ ଅବସ୍ଥାରେ ଚଢ଼ିଗଲେ ବ୍ୟକ୍ତି, ତା’ ପରେ ଯାହା ହେଲା Video ଦେଖିଲେ… appeared first on Dharitri Odia News.
ମୁମ୍ବାଇ,୧୭।୧୨: ମୁମ୍ବାଇ ଲୋକାଲ ଟ୍ରେନ୍ରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ହଠାତ୍ ମହିଳା କୋଚ୍ରେ ଜଣେ ବ୍ୟକ୍ତି ନିବସ୍ତ୍ର ହୋଇ ଚଢ଼ି ଯାଇତିଲେ। ଏହା ଦେଖି ମହିଳାମାନେ ଚିତ୍କାର କରି ଉଠିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମୁମ୍ବାଇ ଲୋକାଲ୍କୁ ସହରର ଲାଇଫଲାଇନ୍ ବୋଲି କୁହାଯାଏ। ଏହି ଟ୍ରେନ୍ରେ ଯାତ୍ରା କରିବାକୁ ମହିଳାମାନେ ସୁରକ୍ଷିତ ମନେ କରନ୍ତି। ହେଲେ ଏବେ ବିପରିତ ଘଟଣା ଦେଖିବାକୁ ମିଳିଛି। ଟ୍ରେନ୍ର ମହିଳା କୋଚ୍ରେ ଜଣେ ବ୍ୟକ୍ତି ବିନା ପୋଷାକରେ ପଶି ଯିବା ପରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ମହିଳାମାନେ ଡରରେ ଚିତ୍କାର କରିଥିଲେ।
Mumbai Local Viral Video, naked man in mumbai local train pic.twitter.com/kjTGnnCkyd
— Chinmay jagtap (@Chinmayjagtap18) December 17, 2024
ସୂଚନାନୁଯାୟୀ, ଭିଡିଓଟି ଘାଟକୋପର ରେଳ ଷ୍ଟେଶନର। ଏଠାରେ ଯେତେବେଳେ ଲୋକାଲ୍ ଟ୍ରେନ୍ ରହିଥିଲା, ଉକ୍ତ ବ୍ୟକ୍ତି ସେଥିରେ ଚଢ଼ିଯାଇଥିଲେ। ସୋମବାର ଅପରାହ୍ନରେ ଏହି ଘଟଣାକୁ ନେଇ ହଙ୍ଗାମା ହୋଇଥିଲା। ମହିଳାଙ୍କ ଚିତ୍କାର ଶୁଣି ଟିଟିଇ ପହଞ୍ଚିଥିଲେ। ସେ ଉଲଗ୍ନ ବ୍ୟକ୍ତିଙ୍କୁ ଟ୍ରେନରୁ ବାହାର କରିଥିଲେ। ଏହାର ଭିଡଓ ଏବେ ଭାଇରାଲ ହେଉଛି, ଯାହା ପରେ ମହିଳାଙ୍କ ସୁରକ୍ଷା ନେଇ ଚର୍ଚ୍ଚା ବଢ଼ିଛି।
The post ମୁମ୍ବାଇ ଲୋକାଲ୍ ଟ୍ରେନ୍ର ମହିଳା କୋଚ୍ରେ ଉଲଗ୍ନ ଅବସ୍ଥାରେ ଚଢ଼ିଗଲେ ବ୍ୟକ୍ତି, ତା’ ପରେ ଯାହା ହେଲା Video ଦେଖିଲେ… appeared first on Dharitri Odia News.