ଗୋଟିଏ ଓଭର୍‌ରେ ୪୫ ରନ୍‌! କ୍ରିକେଟ୍‌ ପଡ଼ିଆରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ କେମିତି ହେଲା ସମ୍ଭବ

ନୂଆଦିଲ୍ଲୀ,୨।୮: ଗୋଟିଏ ଓଭର୍‌ରେ ୪୫ ରନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ଉସମାନ ଘନି ଏହି ଅସମ୍ଭବ ସମ୍ଭବ କରିଦେଇଛନ୍ତି। ସେ ଗୋଟିଏ ଓଭରରେ ୪୫ ରନ ମାରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ବୃତ୍ତିଗତ କ୍ରିକେଟରେ ପୂର୍ବରୁ ଏପରି ସଫଳତା କେବେ ହୋଇ ନ ଥିଲା। ECS T10 ଇଂଲଣ୍ଡ ଟୁର୍ନାମେଣ୍ଟରେ ୧ ଅଗଷ୍ଟରେ ଲଣ୍ଡନ କାଉଣ୍ଟି କ୍ରିକେଟ କ୍ଲବ ଏବଂ ଗିଲ୍ଡଫୋର୍ଡ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। […] The post ଗୋଟିଏ ଓଭର୍‌ରେ ୪୫ ରନ୍‌! କ୍ରିକେଟ୍‌ ପଡ଼ିଆରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ କେମିତି ହେଲା ସମ୍ଭବ appeared first on Dharitri Odia News.

ଗୋଟିଏ ଓଭର୍‌ରେ ୪୫ ରନ୍‌! କ୍ରିକେଟ୍‌ ପଡ଼ିଆରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ କେମିତି ହେଲା ସମ୍ଭବ

ନୂଆଦିଲ୍ଲୀ,୨।୮: ଗୋଟିଏ ଓଭର୍‌ରେ ୪୫ ରନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ଉସମାନ ଘନି ଏହି ଅସମ୍ଭବ ସମ୍ଭବ କରିଦେଇଛନ୍ତି। ସେ ଗୋଟିଏ ଓଭରରେ ୪୫ ରନ ମାରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ବୃତ୍ତିଗତ କ୍ରିକେଟରେ ପୂର୍ବରୁ ଏପରି ସଫଳତା କେବେ ହୋଇ ନ ଥିଲା।

ECS T10 ଇଂଲଣ୍ଡ ଟୁର୍ନାମେଣ୍ଟରେ ୧ ଅଗଷ୍ଟରେ ଲଣ୍ଡନ କାଉଣ୍ଟି କ୍ରିକେଟ କ୍ଲବ ଏବଂ ଗିଲ୍ଡଫୋର୍ଡ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଲଣ୍ଡନ ପାଇଁ ଓପନିଂ କରିବାକୁ ଆସିଥିବା ଉସମାନ ଘନି ଗିଲ୍ଡଫୋର୍ଡ ବୋଲର ୱିଲ ଏର୍ଣ୍ଣିଙ୍କ ଓଭରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଘନି ଗୋଟିଏ ଓଭରରେ ମୋଟ ୪୫ ରନ କରିଥିଲେ। ୬+ ନୋ ବଲ, ୬, ୪+ୱାଇଡ, ୬, ୪+ନୋ ବଲ, ୬, ୦, ୬, ୪।

ଏହି ଓଭରରେ, ବ୍ୟାଟସମ୍ୟାନ ଏକା ୪୨ ରନ କରିଥିଲେ। ୩ ରନ ଅତିରିକ୍ତ (୨ ନୋ ବଲ ଏବଂ ୧ ୱାଇଡ) ଭାବରେ ଆସିଥିଲା। ଏହା ପୂର୍ବରୁ, କୌଣସି ବ୍ୟାଟସମ୍ୟାନ ଗୋଟିଏ ଓଭରରେ ଏତେ ରନ କରି ନ ଥିଲେ। ଏହା ଆଜି ପର୍ଯ୍ୟନ୍ତ ବୃତ୍ତିଗତ କ୍ରିକେଟରେ ସବୁଠାରୁ ମହଙ୍ଗା ଓଭର ପାଲଟିଛି।

ଉସମାନ ଘନି ମ୍ୟାଚ୍‌ରେ ଫର୍ମରେ ଥିଲେ। ସେ ୪୩ ବଲ୍‌ରେ ଅପରାଜିତ ୧୫୩ ରନ କରିଥିଲେ। ଏଥିରେ ୧୧ ଚୌକା ଏବଂ ୧୭ ଛକା ସାମିଲ ଥିଲା। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ୩୫୫.୮୧। ତାଙ୍କ ସାଥୀ ଇସମାଇଲ ବେହରାମି ମଧ୍ୟ ୧୯ ବଲ୍‌ରେ ୬୧ ରନ କରିଥିଲେ। ଉଭୟଙ୍କ ଭାଗୀଦାରୀ ଯୋଗୁ ଲଣ୍ଡନ କାଉଣ୍ଟି ୧୦ ଓଭରରେ ୨୨୬/୦ର ଏକ ବିଶାଳ ସ୍କୋର କରିଥିଲା।
ଲକ୍ଷ୍ୟ ପିଛା କରି, ଗିଲ୍ଡଫୋର୍ଡର ଦଳ ଏତେ ବଡ଼ ଟାର୍ଗେଟର ସମ୍ମୁଖୀନ ହୋଇପାରି ନ ଥିଲା ଏବଂ ସମଗ୍ର ଦଳ କେବଳ ୧୫୫ ରନ କରିପାରିଥିଲା ଏବଂ ୭୧ ରନ୍‌ରେ ମ୍ୟାଚ ହାରିଥିଲା। ସେମାନଙ୍କର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ଛୁଇଁ ପାରି ନ ଥିଲେ।

୨୯ ବର୍ଷୀୟ ଉସମାନ ଘନି ଆଫଗାନିସ୍ତାନ ପାଇଁ ୧୭ ଦିନିକିଆ ଏବଂ ୩୫ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ୨୦୧୪ ମସିହାରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ, କିନ୍ତୁ ୨୦୨୩ ମସିହାରେ ଘନି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଉପରେ ଦୁର୍ନୀତିର ଅଭିଯୋଗ ଆଣି ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେଇଥିଲେ।

The post ଗୋଟିଏ ଓଭର୍‌ରେ ୪୫ ରନ୍‌! କ୍ରିକେଟ୍‌ ପଡ଼ିଆରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ କେମିତି ହେଲା ସମ୍ଭବ appeared first on Dharitri Odia News.