କୋଲକତା କାଣ୍ଡ: ସିବିଆଇ ହାତରେ ବଡ଼ ପ୍ରମାଣ, ମହିଳା ଡାକ୍ତରଙ୍କ ସହ ହୋଇନାହିଁ…
କୋଲକାତା, ୬।୯: ଅଗଷ୍ଟ ୯ରେ କୋଲକାତା ଆର୍.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ସମୟରେ ସିବିଆଇ ସ୍ବୀକାର କରିଛି ଯେ, ଏଥିରେ କେବଳ ଅଭିଯୁକ୍ତ ସଞ୍ଜୟ ରୟ ସମ୍ପୃକ୍ତ ଅଛନ୍ତି। ମହିଳା ଡାକ୍ତର ଗଣ-ବଳାତ୍କାରର ଶିକାର ହୋଇଥିବା ଦାବିକୁ ଅନୁସନ୍ଧାନକାରୀ ସଂସ୍ଥା ଖାରଜ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଗଣ-ବଳାତ୍କାର ଆଶଙ୍କାକୁ ଏଡ଼ାଇ ଦେଇଛି, କାରଣ ଉପଲବ୍ଧ ପ୍ରମାଣ ସୂଚିତ […] The post କୋଲକତା କାଣ୍ଡ: ସିବିଆଇ ହାତରେ ବଡ଼ ପ୍ରମାଣ, ମହିଳା ଡାକ୍ତରଙ୍କ ସହ ହୋଇନାହିଁ… appeared first on Dharitri Odia News.
କୋଲକାତା, ୬।୯: ଅଗଷ୍ଟ ୯ରେ କୋଲକାତା ଆର୍.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ସମୟରେ ସିବିଆଇ ସ୍ବୀକାର କରିଛି ଯେ, ଏଥିରେ କେବଳ ଅଭିଯୁକ୍ତ ସଞ୍ଜୟ ରୟ ସମ୍ପୃକ୍ତ ଅଛନ୍ତି। ମହିଳା ଡାକ୍ତର ଗଣ-ବଳାତ୍କାରର ଶିକାର ହୋଇଥିବା ଦାବିକୁ ଅନୁସନ୍ଧାନକାରୀ ସଂସ୍ଥା ଖାରଜ କରିଛି।
କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଗଣ-ବଳାତ୍କାର ଆଶଙ୍କାକୁ ଏଡ଼ାଇ ଦେଇଛି, କାରଣ ଉପଲବ୍ଧ ପ୍ରମାଣ ସୂଚିତ କରୁଛି ଯେ କେବଳ ସଞ୍ଜୟ ରୟ ହିଁ ମଳାତ୍କାର ଏବଂ ହତ୍ୟାରେ ସାମିଲ ଅଛନ୍ତି।
ଜାଣିବାକୁ ମିଳିଛି ଯେ ସିବିଆଇ ତଦନ୍ତର ଶେଷ ପର୍ଯ୍ୟାୟରେ ଅଛି ଏବଂ ଖୁବଶୀଘ୍ର ଏଜେନ୍ସି ଏକ ଚାର୍ଜସିଟ ଦାଖଲ କରିବ। ସୂତ୍ର ଏହା ମଧ୍ୟ କହିଛି ଯେ ସିବିଆଇ ଏହି ମାମଲାରେ ୧୦୦ରୁ ଅଧିକ ବିବୃତ୍ତି ରେକର୍ଡ କରିଛି ଏବଂ ପ୍ରାୟ ୧୦ ଜଣ ସନ୍ଦିଗ୍ଧଙ୍କ ପଲିଗ୍ରାଫ ପରୀକ୍ଷା କରିଛି। ଡାକ୍ତରଖାନାର ପୂର୍ବତନ ପ୍ରିନ୍ସିପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।
ସିବିଆଇ ଏପରି କିଛି ଦସ୍ତାବିଜ୍ ପାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ ଆର୍.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ପୀଡିତାଙ୍କ ମୃତଦେହ ଗୋଟିଏ ଦିନ ପରେ ରାଜ୍ୟ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି)କୁ ଅପରାଧସ୍ଥଳର ଆଖ ପାଖ ସ୍ଥାନରେ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
The post କୋଲକତା କାଣ୍ଡ: ସିବିଆଇ ହାତରେ ବଡ଼ ପ୍ରମାଣ, ମହିଳା ଡାକ୍ତରଙ୍କ ସହ ହୋଇନାହିଁ… appeared first on Dharitri Odia News.