ଅପହୃତ ରାଇସ ମିଲ ମାଲିକ ଉଦ୍ଧାର
କୋରାପୁଟ : ଉଦ୍ଧାର ହେଲେ ଅପହୃତ ରାଇସ ମିଲ ମାଲିକ । ୨ ଦିନ ପୂର୍ବରୁ କୋରାପୁଟ ଜିଲ୍ଲା ଜୟପୁର ବୋରିଗୁମ୍ମାରୁ ଅପହୃତ ରାଇସ ମିଲ ମାଲିକ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଗତକାଲି ବିଳମ୍ବିତ ରାତିରେ ମିଲ୍ ମାଲିକଙ୍କୁ ପୁଲିସ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିଥିବା ଜଣାଯାଇଛି। ତେବେ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିବା କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସୂଚନାନୁସାରେ, ଶୁକ୍ରବାର ଦିନ ରାତି ୮.୩୦ […]

କୋରାପୁଟ : ଉଦ୍ଧାର ହେଲେ ଅପହୃତ ରାଇସ ମିଲ ମାଲିକ । ୨ ଦିନ ପୂର୍ବରୁ କୋରାପୁଟ ଜିଲ୍ଲା ଜୟପୁର ବୋରିଗୁମ୍ମାରୁ ଅପହୃତ ରାଇସ ମିଲ ମାଲିକ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଗତକାଲି ବିଳମ୍ବିତ ରାତିରେ ମିଲ୍ ମାଲିକଙ୍କୁ ପୁଲିସ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିଥିବା ଜଣାଯାଇଛି। ତେବେ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିବା କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ସୂଚନାନୁସାରେ, ଶୁକ୍ରବାର ଦିନ ରାତି ୮.୩୦ ସମୟରେ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିଲା । ସେ କାମସାରି ରାଇସ ମିଲରୁ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କ କାର ଅଟକାଇ ଅପହରଣ କରିନେଇଥିଲେ । ଅପହରଣ ପରେ ତାଙ୍କୁ ମୁକୁଳାଇବା ପାଇଁ ଅପହରଣକାରୀମାନେ ତାଙ୍କ ପରିବାରକୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ । ଏନେଇ ରମେଶଙ୍କ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିସହ କୋରାପୁଟ ଏସପିଙ୍କ ନିକଟରେ ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୋରାପୁଟ ପୋଲିସ ୪ ଟି ଟିମ ଗଠନ କରି ତଦନ୍ତ ଚଳାଇଥିଲା ।