୨ ଦିନ ହେବ ଥିଲେ ନିଖୋଜ: ଆଜି ପୋଖରୀରୁ ମିଳିଲା ମୃତଦେହ

ଅନୁଗୋଳ ଅଫିସ,୧୧।୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁର ଅଭୟ ପଟ୍ଟନାୟକଙ୍କ ପୁଅ ପ୍ରଶାନ୍ତ ପଟ୍ଟନାୟକଙ୍କର ମୃତଦେହ ବନ୍ତଳା ଗାଁ ମୁଣ୍ତ ହାଟ ପଡ଼ିଆରେ ଥିବା ପଖୋରୀରୁ ମଙ୍ଗଳବାର ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ରବିବାର ଦିନଠାରୁ ନିଖୋଜ ଥିଲେ, ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଶେଷରେ ବନ୍ତଳା ଥାନାରେ ଯାଇ ପୁଅ ନିଖୋଜ ଥିବା ବାପା ଅଭୟ ଲିଖିତ ଅଭିଯୋଗ କରିଥିଲେ। […] The post ୨ ଦିନ ହେବ ଥିଲେ ନିଖୋଜ: ଆଜି ପୋଖରୀରୁ ମିଳିଲା ମୃତଦେହ appeared first on Dharitri Odia News.

୨ ଦିନ ହେବ ଥିଲେ ନିଖୋଜ: ଆଜି ପୋଖରୀରୁ ମିଳିଲା ମୃତଦେହ

ଅନୁଗୋଳ ଅଫିସ,୧୧।୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁର ଅଭୟ ପଟ୍ଟନାୟକଙ୍କ ପୁଅ ପ୍ରଶାନ୍ତ ପଟ୍ଟନାୟକଙ୍କର ମୃତଦେହ ବନ୍ତଳା ଗାଁ ମୁଣ୍ତ ହାଟ ପଡ଼ିଆରେ ଥିବା ପଖୋରୀରୁ ମଙ୍ଗଳବାର ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ରବିବାର ଦିନଠାରୁ ନିଖୋଜ ଥିଲେ, ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଶେଷରେ ବନ୍ତଳା ଥାନାରେ ଯାଇ ପୁଅ ନିଖୋଜ ଥିବା ବାପା ଅଭୟ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳୁ ଲୋକେ ପୋଖରୀକୁ ଯାଇଥିବା ବେଳେ ପାଣିରେ କେହି ଭାସୁଥିବା ଦେଖିବାକୁ ପାଇ ସମସ୍ତଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ପହଞ୍ଚି ଦେଖିବାପରେ ମୃତଦେହଟି ପ୍ରଶାନ୍ତଙ୍କର ବୋଲି ଜାଣିବାକୁ ପାଇଥିଲେ ଏବଂ ବନ୍ତଳା ଥାନାରେ ଖବର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

The post ୨ ଦିନ ହେବ ଥିଲେ ନିଖୋଜ: ଆଜି ପୋଖରୀରୁ ମିଳିଲା ମୃତଦେହ appeared first on Dharitri Odia News.