ହାତ ନାହିଁ, ଏମିତି କାର୍‌ ଚଲାନ୍ତି ଯେ ଅବାକ୍‌ ହୋଇଯିବେ…

ସାଧାରଣ ମଣିଷ ପକ୍ଷେ ଯାହା କରିବା ଅସମ୍ଭବ ମନେହୁଏ, ଅନେକ ସମୟରେ ହାତ ଗୋଡ ନ ଥିବା ମଣିଷମାନେ ନିଜର ଦୃଢ ମନୋବଳ ଦ୍ୱାରା ସମ୍ଭବ କରି ଦେଖାନ୍ତି। ଏଇ ଯେମିତି କେରଳ, ଇଡୁକିର ଜୁଲିମୋଲ ମାରିଏଟ୍‌। ଜୁଲିମୋଲଙ୍କର ଜନ୍ମରୁ ଦୁଇ ହାତ ନାହିଁ। ତେବେ ବି ସେ ନିଜ ଉପରୁ କେବେ ବିଶ୍ୱାସ ହରାଇ ନାହାନ୍ତି। ଫଳରେ ସେ ଚାରି ଚକିଆ ବାହନ ପାଇଁ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ଭିନ୍ନକ୍ଷମ ମହିଳା ହୋଇପାରିଛନ୍ତି। […] The post ହାତ ନାହିଁ, ଏମିତି କାର୍‌ ଚଲାନ୍ତି ଯେ ଅବାକ୍‌ ହୋଇଯିବେ… appeared first on Dharitri Odia News.

ହାତ ନାହିଁ, ଏମିତି କାର୍‌ ଚଲାନ୍ତି ଯେ ଅବାକ୍‌ ହୋଇଯିବେ…

ସାଧାରଣ ମଣିଷ ପକ୍ଷେ ଯାହା କରିବା ଅସମ୍ଭବ ମନେହୁଏ, ଅନେକ ସମୟରେ ହାତ ଗୋଡ ନ ଥିବା ମଣିଷମାନେ ନିଜର ଦୃଢ ମନୋବଳ ଦ୍ୱାରା ସମ୍ଭବ କରି ଦେଖାନ୍ତି। ଏଇ ଯେମିତି କେରଳ, ଇଡୁକିର ଜୁଲିମୋଲ ମାରିଏଟ୍‌। ଜୁଲିମୋଲଙ୍କର ଜନ୍ମରୁ ଦୁଇ ହାତ ନାହିଁ। ତେବେ ବି ସେ ନିଜ ଉପରୁ କେବେ ବିଶ୍ୱାସ ହରାଇ ନାହାନ୍ତି। ଫଳରେ ସେ ଚାରି ଚକିଆ ବାହନ ପାଇଁ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ଭିନ୍ନକ୍ଷମ ମହିଳା ହୋଇପାରିଛନ୍ତି। ଜୁଲିମୋଲ ପେସାରେ ଜଣେ ଗ୍ରାଫିକ ଡିଜାଇନର୍‌। ବହୁ ପୂର୍ବରୁ ତାଙ୍କର ଚାରି ଚକିଆ ବାହନ ଚଳାଇବା ଲାଗି ଲାଇସେନ୍ସ ପାଇବାର ଇଛା ଥିଲା। ଆଉ ଏଇ ସ୍ବପ୍ନ ପୂରଣ କରିବାରେ ତାଙ୍କୁ ସାହାଯ୍ୟ କରିଥିଲା ଆଧୁନିକ ଟେକ୍ନଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ।୨୦୨୩ରେ ଭିଆଇ ଇନୋଭେସନ୍ସ ନାମକ କେରଳର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଡେଭଲପ୍‌ କରାଯାଇଥିବା ଭଏସ୍‌ କମାଣ୍ଡ ସିଷ୍ଟମ ଦ୍ୱାରା ଜୁଲିମୋଲ କାର୍‌ର ହେଡଲ୍ୟାମ୍ପ, ଇଣ୍ଡିକେଟର୍‌ ଅନ୍‌ ଅଫ୍‌ କରିପାରନ୍ତି, ଓ୍ବାଇପର୍‌ ଚାଲୁ କରିପାରନ୍ତି। ଗୋଡରେ ସେ ଷ୍ଟିୟରିଂ ହ୍ବିଲ ଓ ବ୍ରେକ୍‌, କ୍ଲଚ, ଏକ୍ସଲରେଟର୍‌ କଣ୍ଟ୍ରୋଲ କରନ୍ତି। ଆଉ ଆତ୍ମବିଶ୍ୱାସର ସହ ଏତେ ଭଲଭାବେ କାର୍‌ ଚଲାନ୍ତି ଯେ, ସମସ୍ତେ ଅବାକ୍‌ ହୋଇଯାଆନ୍ତି। ତେଣୁ ତାଙ୍କୁ ଲାଇସେନ୍ସ ମିଳିପାରିଲା।

The post ହାତ ନାହିଁ, ଏମିତି କାର୍‌ ଚଲାନ୍ତି ଯେ ଅବାକ୍‌ ହୋଇଯିବେ… appeared first on Dharitri Odia News.