ମୁଖ୍ୟମନ୍ତ୍ରୀଙ୍କୁ ଝଟ୍‌କା, ନାମାଙ୍କନ ପୂର୍ବରୁ ପୋଲିସର ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ, ଗୋବିନ୍ଦ ପୁରୀରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ନିର୍ବାଚନରେ ସରକାରୀ ଗାଡ଼ି ବ୍ୟବହାର କରିବାର ଅଭିଯୋଗ ଅଛି। ଏ ସମ୍ପର୍କରେ ଏକ ଏଫଆଇଆର ରୁଜୁ କରାଯାଇଛି। ରାଜଧାନୀରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ନିର୍ବାଚନ କମିଶନ […] The post ମୁଖ୍ୟମନ୍ତ୍ରୀଙ୍କୁ ଝଟ୍‌କା, ନାମାଙ୍କନ ପୂର୍ବରୁ ପୋଲିସର ବଡ଼ ଆକ୍ସନ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ଝଟ୍‌କା, ନାମାଙ୍କନ ପୂର୍ବରୁ ପୋଲିସର ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି।
ସୂଚନାଯୋଗ୍ୟ, ଗୋବିନ୍ଦ ପୁରୀରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ନିର୍ବାଚନରେ ସରକାରୀ ଗାଡ଼ି ବ୍ୟବହାର କରିବାର ଅଭିଯୋଗ ଅଛି। ଏ ସମ୍ପର୍କରେ ଏକ ଏଫଆଇଆର ରୁଜୁ କରାଯାଇଛି।
ରାଜଧାନୀରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଆଚରଣ ବିଧି ଲାଗୁ ହେବା ପରଠାରୁ, ନିଗମ ଏପର୍ଯ୍ୟନ୍ତ ନିଶାଦ୍ରବ୍ୟ, ମଦ ଏବଂ ନଗଦ ସମେତ ୨୧କୋଟି ଟଙ୍କାର ସାମଗ୍ରୀ ଜବତ କରିଛି। ଏଥିରେ ୯ କୋଟି ଟଙ୍କା ମୂଲ୍ୟର ନଗଦ ଏବଂ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଔଷଧ ଅନ୍ତର୍ଭୁକ୍ତ।

The post ମୁଖ୍ୟମନ୍ତ୍ରୀଙ୍କୁ ଝଟ୍‌କା, ନାମାଙ୍କନ ପୂର୍ବରୁ ପୋଲିସର ବଡ଼ ଆକ୍ସନ appeared first on Dharitri Odia News.