ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି... The post ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on .
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି। ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି। ବିରୋଧୀ ଏନେଇ ହୀନ ରାଜନୀତି କରୁଛନ୍ତି।
BSKY ଦେଶର ସବୁଠାରୁ ଭଲ ଯୋଜନା। ଲାଭ ଯୋଜନା ଆଦିବାସୀଙ୍କ ପାଇଁ ବହୁତ ସହାୟକ ହେବ। ଓଡିଶା ରାଜସ୍ୱ ବଳକା ରାଜ୍ୟରେ ପରିଗଣିତ ହୋଇଛି । ୨୦୦୦ ମସିହାରେ ମୁଁ ସରକାରକୁ ଆସିଲା ବେଳେ ରାଜ୍ୟରେ ୭୦ ଭାଗ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିଲେ। ଏବେ ୧୦ ପ୍ରତିଶତ ଅଛନ୍ତି। ଏହା ଏକ ବଡ଼ ସଫଳତା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା କଥା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି। ଆହୁରି ମଧ୍ୟ ରାଜ୍ୟର ବିକାଶ ପ୍ରକ୍ରିୟା ସାମିଲ ହୋଇ ନୂଆ ଓ ସଶକ୍ତ ଓଡିଶା ଗଠନରେ ସାମିଲ ହେବାକୁ ବିରୋଧୀଙ୍କୁ ଅପିଲ କରିବା ସହ ନିର୍ବାଚନ ସମୟରେ ରାଜନୀତି କରାଯାଉ କିନ୍ତୁ ସ୍ପର୍ଶକାତର ଅପରାଧିକ ଘଟଣା କିମ୍ବା ରାଜ୍ୟର ବିକାଶ କି ରାଜ୍ୟବାସୀଙ୍କୁ ନନ୍ଦିତ କଲାଭଳି ଘଟଣାରେ ରାଜନୀତି କରାନଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗବାର ନୟାଗଡ ଅତିରିକ୍ତ ଜିଲ୍ଲା ଜଜ କୋର୍ଟରେ ପରୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଏହି ଘଟଣାକୁ ଭିନ୍ନ ମୋଡ ଦେବାକୁ ବିରୋଧୀ କିଭଳି ରାଜନୀତି କରୁଥିଲେ ସେ କଥାକୁ ମନେ ପକେଇଦେଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାବାସୀ ଜାଣିଛନ୍ତି କିଏ ଅଭିଯୁକ୍ତକୁ ସୁରକ୍ଷା ଦେଉଥିଲେ ଓ ତଦନ୍ତ ପ୍ରକ୍ରିୟାରେ ବିଘ୍ନ ସୃଷ୍ଟି କରୁଥିଲେ ।
The post ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on .