ଇଣ୍ଡିଆ ମେଣ୍ଟ ରାଲିରେ ଯୋଗ ଦେବେ ଫାରୁକ୍ ଅବଦୁଲ୍ଲା
ନୂଆଦିଲ୍ଲୀ : ଏନସି (ନେସନାଲ କନଫରେନ୍ସ) ସଭାପତି ଫାରୁକ ଅବଦୁଲ୍ଲା ଇଣ୍ଡିଆ ମେଣ୍ଟର ‘ଲୋକତନ୍ତ୍ର ବଚାଓ ରାଲି’ରେ ଯୋଗ ଦେବେ। ଆସନ୍ତା ରବିବାର ଦିନ ଦିଲ୍ଲୀର ରାମଲିଳା ମଇଦାନରେ ଆୟୋଜିତ ହେବାକୁ ଥିବା ରାଲିରେ ଫାରୁକ ଅବଦୁଲ୍ଲା ଯୋଗ ଦେବେ ବୋଲି ତାଙ୍କ ପୁଅ ତଥା ଦଳର ଉପସଭାପତି ଓମାର ଅବଦୁଲ୍ଲା ସାମ୍ବାଦିକମାନଙ୍କୁ କହିଛନ୍ତି। ତେବେ ଓମାର ଅବଦୁଲ୍ଲା ଉତ୍ତର କାଶ୍ମୀରର ବାରମୂଳା ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଓମାର ଏହାକୁ ଖଣ୍ଡନ […]

ନୂଆଦିଲ୍ଲୀ : ଏନସି (ନେସନାଲ କନଫରେନ୍ସ) ସଭାପତି ଫାରୁକ ଅବଦୁଲ୍ଲା ଇଣ୍ଡିଆ ମେଣ୍ଟର ‘ଲୋକତନ୍ତ୍ର ବଚାଓ ରାଲି’ରେ ଯୋଗ ଦେବେ। ଆସନ୍ତା ରବିବାର ଦିନ ଦିଲ୍ଲୀର ରାମଲିଳା ମଇଦାନରେ ଆୟୋଜିତ ହେବାକୁ ଥିବା ରାଲିରେ ଫାରୁକ ଅବଦୁଲ୍ଲା ଯୋଗ ଦେବେ ବୋଲି ତାଙ୍କ ପୁଅ ତଥା ଦଳର ଉପସଭାପତି ଓମାର ଅବଦୁଲ୍ଲା ସାମ୍ବାଦିକମାନଙ୍କୁ କହିଛନ୍ତି। ତେବେ ଓମାର ଅବଦୁଲ୍ଲା ଉତ୍ତର କାଶ୍ମୀରର ବାରମୂଳା ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଓମାର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଆସିଲେ ଏମିତି ସବୁ ଚର୍ଚ୍ଚା ହୁଏ। ଓମାର କହିଛନ୍ତି, ମୁଁ ନିର୍ବାଚନ ଲଢ଼େ କି ନଲଢ଼େ କିମ୍ବା ମୁଁ ଯେଉଁଠାରୁ ବି ଲଢ଼େ ତାହା ମୋର ବ୍ୟକ୍ତିଗତ ପସନ୍ଦ ନୁହେଁ ବରଂ ତାହା ଏନସି ଦଳର ନିଷ୍ପତ୍ତି ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳ ଠିକ୍ ସମୟରେ ପ୍ରାର୍ଥୀଙ୍କ ନାଁି ଘୋଷଣା କରିବ।