ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଜା ସହ ଲକ୍ଷେ ୫ ହଜାର ଜୋରିମାନା

କନ୍ଧମାଳ: ଟିକାବାଲି ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ଏଡିଜେ ପୋସ୍କୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତ ଧନେଶ୍ଵର ଓରଫ୍ ଧନଞ୍ଜୟ କହଁରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ୍ୟ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଅନାଦୟେ ଅଧିକ ୧୪ ମାସ ଦଣ୍ଡ ଶୁଣାଇଛନ୍ତି। ସୂଚନା ମୁତାବକ ୧୧ ମାର୍ଚ ୨୦୧୪ ତାରିଖରେ ନାବାଳିକା ଜଣଙ୍କ ନିଜ ଭଉଣୀ ଘରେ ଏକୁଟିଆ […]

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଜା ସହ ଲକ୍ଷେ ୫ ହଜାର ଜୋରିମାନା

କନ୍ଧମାଳ: ଟିକାବାଲି ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ଏଡିଜେ ପୋସ୍କୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତ ଧନେଶ୍ଵର ଓରଫ୍ ଧନଞ୍ଜୟ କହଁରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ୍ୟ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଅନାଦୟେ ଅଧିକ ୧୪ ମାସ ଦଣ୍ଡ ଶୁଣାଇଛନ୍ତି। ସୂଚନା ମୁତାବକ ୧୧ ମାର୍ଚ ୨୦୧୪ ତାରିଖରେ ନାବାଳିକା ଜଣଙ୍କ ନିଜ ଭଉଣୀ ଘରେ ଏକୁଟିଆ ଥିଲେ ଏବଂ ପଢ଼ାପଢ଼ି କରୁଥିଲେ।

ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଧନେଶ୍ଵର ଓରଫ୍ ଧନଞ୍ଜୟ କହଁର ଘରକୁ ଯାଇ ନାବାଳିକାକୁ ଦୁଷ୍କର୍ମ କରୁଥିଲେ। ଏହି ସମୟରେ ନାବାଳିକାଙ୍କ ବଡ ଭଉଣୀ ଘରକୁ ଫେରି ନିଜ ଚକ୍ଷୁରେ ଦୁଷ୍କର୍ମ ହେଉଥିବା ଦେଖିବାକୁ ପାଇଥିଲେ। ବଡ ଭଉଣୀଙ୍କୁ ଦେଖି ଦୁଷ୍କର୍ମ କରି ଘରୁ ଦୌଡି ପଳାଇଥିଲେ। ଏହା ପରେ ପୀଡିତା ଘଟିଥିବା ସମସ୍ତ କଥା ବଡ ଭଉଣୀକୁ କହିଥିଲେ।

ସବୁ ଶୁଣିବା ପରେ ଭଉଣୀ ବାପା ମାଆଙ୍କୁ ଖବର ଦେଇଥିଲେ। ସେମାନେ ପହଁଞ୍ଚିବା ପେର ସେହିଦିନ ହିଁ ଟିକାବାଲି ଥାନାରେ ଏତଲା ଦେଇଥିଲେ l ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା l ଏହି ଘଟଣାର ପ୍ରତକ୍ଷ୍ଯ ଦର୍ଶି, ପିଡିତା ଏବଂ ୧୫ ଜଣ ସାକ୍ଷୀ ଡାକ୍ତରି ମାଇନାକୁ ଭିତ୍ତିକରି ବିଚାରପତି ତାଙ୍କ ରାୟ ଶୁଣାଇଛନ୍ତି। ଏଥିସହ ପିଡିତାଙ୍କୁ ୭ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବାକୁ ଡି.ଏଲ୍.ଏସ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ ।