ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ ଯାହା କହିଲେ ପୋଲିସ ହେଲା ଚକିତ…

ଗାଜିଆବାଦ,୧୭।୧୦: ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି । ଯେଉଁ ଘରେ କାମ କରୁଥିଲେ, ସେହି ଘର ଲୋକଙ୍କୁ ଖୁଆଉଥିଲେ। ଗାଜିଆବାଦର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ କାଣ୍ଡ ଭିଆଉଥିଲେ ସେନେଇ ଚାକରାଣୀ ମୁହଁ ଖୋଲିଛନ୍ତି। ପୋଲିସକୁ ରିନା କହିଛନ୍ତି, ଆଠ ବର୍ଷ ଧରି ସେ ବ୍ୟବସାୟୀଙ୍କ ଘରେ କାମ କରୁଥିଲେ। ଏହାସତ୍ତ୍ୱେ ସେ ଏବଂ ତାଙ୍କ ପରିବାରଲୋକେ ଛୋଟ ଛୋଟ କଥାରେ କଟୁ କଥା କହୁଥିଲେ। ଅପମାନିତ […] The post ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ ଯାହା କହିଲେ ପୋଲିସ ହେଲା ଚକିତ… appeared first on Dharitri Odia News.

ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ ଯାହା କହିଲେ ପୋଲିସ ହେଲା ଚକିତ…

ଗାଜିଆବାଦ,୧୭।୧୦: ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି । ଯେଉଁ ଘରେ କାମ କରୁଥିଲେ, ସେହି ଘର ଲୋକଙ୍କୁ ଖୁଆଉଥିଲେ। ଗାଜିଆବାଦର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ କାଣ୍ଡ ଭିଆଉଥିଲେ ସେନେଇ ଚାକରାଣୀ ମୁହଁ ଖୋଲିଛନ୍ତି।

ପୋଲିସକୁ ରିନା କହିଛନ୍ତି, ଆଠ ବର୍ଷ ଧରି ସେ ବ୍ୟବସାୟୀଙ୍କ ଘରେ କାମ କରୁଥିଲେ। ଏହାସତ୍ତ୍ୱେ ସେ ଏବଂ ତାଙ୍କ ପରିବାରଲୋକେ ଛୋଟ ଛୋଟ କଥାରେ କଟୁ କଥା କହୁଥିଲେ। ଅପମାନିତ କରୁଥିଲେ। ପ୍ରଥମେ ସେ ସହି ଯାଉଥିଲେ। ହେଲେ ସବୁଦିନ ଏଭଳି ଅପମାନ ଶୁଣି ସେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ।

ରିନା ଶାନ୍ତିନଗରର ବାସିନ୍ଦା। ସେ ୮ ବର୍ଷ ପୂର୍ବେ ପେଟ ପୋଷିବା ନିମନ୍ତେ ଗାଜିଆବାଦ ଆସିଥିଲେ। ଏଠାରେ ସେ ଜଣେ ବ୍ୟବସାୟୀଙ୍କ ଘରେ ରୋଷେଇ କରୁଥିଲେ। ୩ ବର୍ଷ ଯାଏ ଖାଇବା ଖାଇ ସେମାନେ ଖୁସି ହେଉଥିଲେ। ହେଲେ ପରେ ତାଙ୍କୁ ଅପମାନିତ କରୁଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ଭୁଲ ଥିଲେ ବି ତାଙ୍କୁ ଭତ୍ସନା କରାଯାଉଥିଲା। ବାରମ୍ବାର ଏଭଳି ଅପମାନ ଶୁଣି ସେ ରାଗରେ ନିଆଁବାଣ ହୋଇଥିଲେ। ସେ କାମ ଛାଡ଼ି ଦେବାକୁ ଭାବିଥିଲେ, ହେଲେ ସେ ପ୍ରତିଶୋଧ କିଭଳି ନେବେ ତାହା ଚିନ୍ତା କରିବାକୁ ଶ୍ରେୟ ମଣିଥିଲେ।

ଶେଷରେ ସେ ପରିସ୍ରା ଗୋଳାଇ ଖାଦ୍ୟ ଖୁଆଇବାକୁ ଭାବିଥିଲେ। ୪ ମାସ ଧରି ସେ ପରିବାରକୁ ପରିସ୍ରାରେ ଅଟା ମିଶାଇ ରୁଟି କରି ଖୁଆଉଥିଲେ। ଫଳରେ ପରିବାରଲୋକେ ଅସୁସ୍ଥ ହେବାରେ ଲାଗିଥିଲେ। ଏପରିକି ସମସ୍ତେ ଯକୃତ ଜନିତ ସମସ୍ୟାରେ ପୀଡ଼ିତ ହୋଇଥିଲେ। କିଛି ଗମ୍ଭୀର ଚର୍ମ ରୋଗରେ ପୀଡ଼ିତ ହୋଇଥିଲେ। ଏସବୁ ମଧ୍ୟରେ ଅଭିଯୁକ୍ତ ମହିଳା ଘରୁ ଆଳୁ, ଟମାଟୋ ଚୋରାଇଥିଲେ। ଫଳରେ ବ୍ୟବସାୟୀଙ୍କ ପରିବାର ସନ୍ଦେହ କରି ରୋଷେଇ ଘରେ ମୋବାଇଲ ଫୋନ୍‌ରେ ଭିଡିଓ କ୍ୟାମେରା ଅନ୍‌ କରି ରଖିଥିଲେ। ଏଥିରେ ରିନାଙ୍କ ଘୃଣ୍ୟ କାମ କଏଦ ହୋଇଥିଲା।

ଭିଡିଓ ଦେଖି ପୁରା ପରିବାର ଚମକି ପଡ଼ିଥିଲା। ପ୍ରଥମେ ସେ ରାନ୍ଧିଥିବା ଖାଦ୍ୟ ଫିଙ୍ଗିବା ପରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୁକ୍ତ ଚାକରାଣୀ ରିନାଙ୍କୁ ଗିରଫ କରିଛି। ତାଙ୍କୁ ପ୍ରଥମେ ପଚରାଯିବାରେ ସେ ମନା କରୁଥିଲେ। ହେଲେ ଶେଷରେ ସେ ଭିଡିଓ ଦେଖି ସତ କହିଛନ୍ତି।

The post ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ ଯାହା କହିଲେ ପୋଲିସ ହେଲା ଚକିତ… appeared first on Dharitri Odia News.