ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି।  ଆଜି ଅପରାହ୍ନରେ ଦିଲ୍ଲୀରେ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ଅନୁଭବ ଦଳରେ ସାମିଲ ହୋଇପାରନ୍ତି ବୋଲି ସୂଚନା ରହିଛି। ୨୦୧୯ରେ ଲୋକ ସଭାକୁ ନିର୍ବାଚିତ ହେବା ପୂର୍ବରୁ ଅନୁଭବ ରାଜ୍ୟ ସଭା ସଦସ୍ୟ ଥିଲେ। ୨୦୨୪ ନିର୍ବାଚନ ପାଇଁ ବିଜେଡି […] The post ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ appeared first on Dharitri Odia News.

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି।  ଆଜି ଅପରାହ୍ନରେ ଦିଲ୍ଲୀରେ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ଅନୁଭବ ଦଳରେ ସାମିଲ ହୋଇପାରନ୍ତି ବୋଲି ସୂଚନା ରହିଛି।

୨୦୧୯ରେ ଲୋକ ସଭାକୁ ନିର୍ବାଚିତ ହେବା ପୂର୍ବରୁ ଅନୁଭବ ରାଜ୍ୟ ସଭା ସଦସ୍ୟ ଥିଲେ। ୨୦୨୪ ନିର୍ବାଚନ ପାଇଁ ବିଜେଡି ଏଥର କେନ୍ଦ୍ରାପଡ଼ା ଲୋକ ସଭା ଆସନରୁ ଅନୁଭବଙ୍କ ବଦଳରେ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

The post ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ appeared first on Dharitri Odia News.