ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ
ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି। ତାଙ୍କ ବାପ ଘରଠାରୁ ଆରମ୍ଭ କରି ଶାଶୁ ଘର ପର୍ଯ୍ୟନ୍ତ ସମସ୍ତେ ରାଜନୈତିକ ପରିବାରର। ରଞ୍ଜିତାଙ୍କ ବାପା ସରପଞ୍ଚ ଥିବା ବେଳେ ସ୍ବାମୀ ସୁଦାମ ମନ୍ତ୍ରୀ, ନଣନ୍ଦ ସମିତି ସଭ୍ୟା ଓ ଦିଅର ବାଙ୍ଗରିପୋଷି ବ୍ଲକ ଅଧ୍ୟକ୍ଷ ଭାବେ ରହି ଆସିଛନ୍ତି ା ପରିବାର ଲୋକେ ରାଜନୀତିକୁ ଆପଣାଇ ଲୋକଙ୍କ […] The post ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ appeared first on Dharitri Odia News.
ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି। ତାଙ୍କ ବାପ ଘରଠାରୁ ଆରମ୍ଭ କରି ଶାଶୁ ଘର ପର୍ଯ୍ୟନ୍ତ ସମସ୍ତେ ରାଜନୈତିକ ପରିବାରର। ରଞ୍ଜିତାଙ୍କ ବାପା ସରପଞ୍ଚ ଥିବା ବେଳେ ସ୍ବାମୀ ସୁଦାମ ମନ୍ତ୍ରୀ, ନଣନ୍ଦ ସମିତି ସଭ୍ୟା ଓ ଦିଅର ବାଙ୍ଗରିପୋଷି ବ୍ଲକ ଅଧ୍ୟକ୍ଷ ଭାବେ ରହି ଆସିଛନ୍ତି ା ପରିବାର ଲୋକେ ରାଜନୀତିକୁ ଆପଣାଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ରାଜନୀତିକୁ ଆସିବାକୁ ଇଚ୍ଛା ପ୍ରକାଶ କରି ୨ ମାସ ପୂର୍ବେ ରଞ୍ଜିତା ଚାକିରିରୁ ଅବସର ଗ୍ରହଣ କରିଥିଲେ। ପୂର୍ବରୁ ଦଳୀୟ ଟିକେଟ ଚୂଡ଼ାନ୍ତ ହେବା ଜାଣି ବିଧାନସଭା କ୍ଷେତ୍ରରେ ଭୋଟରଙ୍କ ନିକଟତର ମଧ୍ୟ ହେଉଥିଲେ। ପ୍ରାର୍ଥୀ ଘୋଷଣା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ଦେଇଚାଲିଛନ୍ତି ା
ତାଙ୍କୁ ଟିକଟ ଦେଇ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି ତାହାକୁ ସୂଚାରୁ ରୁପେ ତୁଲାଇବାକୁ ଚେଷ୍ଟା କରିବେ ବୋଲି ରଞ୍ଜିତା କହିଛନ୍ତି।
The post ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ appeared first on Dharitri Odia News.