ପଞ୍ଜାବ, ରାଜସ୍ଥାନରେ ହାଇ ଆଲର୍ଟ: ପୋଲିସ ଅଧିକାରୀଙ୍କ ଛୁଟି ବାତିଲ, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୮।୫: ଅପରେଶନ ସିନ୍ଦୁର ପରେ ଗୁରୁବାର ଭାରତର ୨ ସୀମାବର୍ତ୍ତି ରାଜ୍ୟ ରାଜସ୍ଥାନ ଏବଂ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସହ ପଞ୍ଜାବର ୫୩୨ କି.ମି.ର ସୀମା ରହିଛି। ସେହିପରି ରାଜସ୍ଥାନ ସହ ପାକିସ୍ତାନର ସୀମା ପ୍ରାୟ ୧,୦୭୦ କି.ମି. ପରିବ୍ୟାପ୍ତ। ଏହାମଧ୍ୟରେ ପଞ୍ଜାବ ପୋଲିସ ନିଜର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ପଞ୍ଜାବ ଡିଜିପି କାର୍ଯ୍ୟାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବୁଧବାରଠାରୁ ପଞ୍ଜାବ ପୋଲିସର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ […] The post ପଞ୍ଜାବ, ରାଜସ୍ଥାନରେ ହାଇ ଆଲର୍ଟ: ପୋଲିସ ଅଧିକାରୀଙ୍କ ଛୁଟି ବାତିଲ, ସ୍କୁଲ ବନ୍ଦ appeared first on Dharitri Odia News.

ପଞ୍ଜାବ, ରାଜସ୍ଥାନରେ ହାଇ ଆଲର୍ଟ: ପୋଲିସ ଅଧିକାରୀଙ୍କ ଛୁଟି ବାତିଲ, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୮।୫: ଅପରେଶନ ସିନ୍ଦୁର ପରେ ଗୁରୁବାର ଭାରତର ୨ ସୀମାବର୍ତ୍ତି ରାଜ୍ୟ ରାଜସ୍ଥାନ ଏବଂ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସହ ପଞ୍ଜାବର ୫୩୨ କି.ମି.ର ସୀମା ରହିଛି। ସେହିପରି ରାଜସ୍ଥାନ ସହ ପାକିସ୍ତାନର ସୀମା ପ୍ରାୟ ୧,୦୭୦ କି.ମି. ପରିବ୍ୟାପ୍ତ। ଏହାମଧ୍ୟରେ ପଞ୍ଜାବ ପୋଲିସ ନିଜର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛି।

ପଞ୍ଜାବ ଡିଜିପି କାର୍ଯ୍ୟାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବୁଧବାରଠାରୁ ପଞ୍ଜାବ ପୋଲିସର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସେହିପରି ପଞ୍ଜାବ ସରକାର ରାଜ୍ୟର ୬ ସୀମାବର୍ତ୍ତି ଜିଲା ଫିରୋଜପୁର, ପଠାନକୋର୍ଟ, ଫାଜିଲ୍‌କା, ଅମୃତସର, ଗୁରୁଦାସପୁର ଏବଂ ତରନ୍‌ତାରନ୍‌ରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିଦେଇଛନ୍ତି।

ରାଜସ୍ଥାନ ସରକାର ମଧ୍ୟ ସୀମାବର୍ତ୍ତି ଅଞ୍ଚଳରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ରାତିରେ ଜମ୍ମୁର ବିଭିନ୍ନ ସ୍ଥାନରେ ପାକିସ୍ତାନର ମିଶାଇଲ ଏବଂ ଡ୍ରୋନ୍‌ ଆକ୍ରମଣ ପରେ ଚଣ୍ଡିଗଡ଼ରେ ବ୍ଲାକଆଉଟ କରାଯାଇଛି। ସହରର ଦୋକାନଗୁଡ଼ିକୁ ବନ୍ଦ କରାଯିବା ସହ ଲୋକଙ୍କୁ ଘରକୁ ଯିବାକୁ କୁହାଯାଇଥିଲା। ସେହିପରି ପଞ୍ଜାବର ଗୁରୁଦାସପୁର, ଜଳନ୍ଧର, ଅମୃତସର, ମୋହାଲି ଆଦି ସହରକୁ ମଧ୍ୟ ଗୁରୁବାର ରାତିରେ ବ୍ଲାକଆଉଟ କରାଯାଇଥିଲା। ସେହିପରି ରାଜସ୍ଥାନର ଜୈସଲମେର, ହରିୟାଣାର ପଞ୍ଚକୁଲାରେ ମଧ୍ୟ ବ୍ଲାକଆଉଟ ଜାରି କରାଯାଇଛି।

 

The post ପଞ୍ଜାବ, ରାଜସ୍ଥାନରେ ହାଇ ଆଲର୍ଟ: ପୋଲିସ ଅଧିକାରୀଙ୍କ ଛୁଟି ବାତିଲ, ସ୍କୁଲ ବନ୍ଦ appeared first on Dharitri Odia News.