ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ପାଇଁ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଡାଭୋସ୍‌ରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏକାଠି ହୋଇଥିବାବେଳେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ଉପରେ ସମସ୍ତେ ଜୋର୍‌ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତର ସମ୍ଭାବ୍ୟ ଭୂମିକାକୁ ଆୟୋଜକ ରାଷ୍ଟ୍ର ଉପସ୍ଥାପନ କରିଥିଲା। ଭାରତ ରୁଷିଆ ସହ ଭଲ ସମ୍ପର୍କ ରଖିଥିବାବେଳେ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋକୁ ପ୍ରଭାବିତ କରିଥିଲା। ଯୁଦ୍ଧ ସମାଧାନର ମାର୍ଗ ହୋଇ ନ ପାରେ ବୋଲି ଭାରତର ପ୍ରଧାନମନ୍ତ୍ରୀ […] The post ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର appeared first on Dharitri Odia News.

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ପାଇଁ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଡାଭୋସ୍‌ରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏକାଠି ହୋଇଥିବାବେଳେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ଉପରେ ସମସ୍ତେ ଜୋର୍‌ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତର ସମ୍ଭାବ୍ୟ ଭୂମିକାକୁ ଆୟୋଜକ ରାଷ୍ଟ୍ର ଉପସ୍ଥାପନ କରିଥିଲା। ଭାରତ ରୁଷିଆ ସହ ଭଲ ସମ୍ପର୍କ ରଖିଥିବାବେଳେ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋକୁ ପ୍ରଭାବିତ କରିଥିଲା। ଯୁଦ୍ଧ ସମାଧାନର ମାର୍ଗ ହୋଇ ନ ପାରେ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ସ୍ଥିତି ସମାଧାନ ପାଇଁ ଆଲୋଚନାର ଆବଶ୍ୟକତା ଉପରେ ଭାରତ ଗୁରୁତ୍ୱାରୋପ କରିଥିଲା। ଯୁଦ୍ଧରେ ଭାରତ ନିରପେକ୍ଷ ଆଭିମୁଖ୍ୟ ରଖିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବାରମ୍ବାର କହିଥିଲେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଏକ କାର୍ଯ୍ୟକ୍ରମରେ ମୋଦି କହିଥିଲେ, ଏହାର ଯୁଦ୍ଧର ଯୁଗ ନୁହେଁ। ଜି୨୦ ଘୋଷଣାନାମାରେ ଏହାକୁ ସ୍ଥାନ ଦିଆଯାଇଥିଲା।

The post ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର appeared first on Dharitri Odia News.