ପ୍ରେମିକଙ୍କ ସହ ବେଙ୍ଗାଲୁରୁ ପଳାଇଥିଲେ ଯୁବତୀ: ଫେରିଲା ମୃତଦେହ
ଧାମନଗର,୨୯।୧୧(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ):୮ ମାସ ତଳେ ଜଣେ ଯୁବକ ତାଙ୍କ ଝିଅକୁ ନେଇ ବେଙ୍ଗାଲୁରୁ ଚାଲି ଯାଇଥିଲେ। ଏବେ ତାଙ୍କ ଝିଅର ମୃତଦେହ ଫେରିଥିବା ବେଳେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି। ଯୁବକ ଜଣକ ନ ଆସିବା ଯାଏ ତାଙ୍କ ଝିଅର ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ମୃତ ନାବାଳିକାଙ୍କ ପରିବାର ଲୋକେ ଜିଦ୍ ଧରିଥିଲେ। ଏପରିକି ବୁଧବାର ସାରୁ ଯୁବକଙ୍କ ଘର ଦୁଆରେ ଝିଅର ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିଲେ। […] The post ପ୍ରେମିକଙ୍କ ସହ ବେଙ୍ଗାଲୁରୁ ପଳାଇଥିଲେ ଯୁବତୀ: ଫେରିଲା ମୃତଦେହ appeared first on Dharitri Odia News.
ଧାମନଗର,୨୯।୧୧(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ):୮ ମାସ ତଳେ ଜଣେ ଯୁବକ ତାଙ୍କ ଝିଅକୁ ନେଇ ବେଙ୍ଗାଲୁରୁ ଚାଲି ଯାଇଥିଲେ। ଏବେ ତାଙ୍କ ଝିଅର ମୃତଦେହ ଫେରିଥିବା ବେଳେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି। ଯୁବକ ଜଣକ ନ ଆସିବା ଯାଏ ତାଙ୍କ ଝିଅର ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ମୃତ ନାବାଳିକାଙ୍କ ପରିବାର ଲୋକେ ଜିଦ୍ ଧରିଥିଲେ। ଏପରିକି ବୁଧବାର ସାରୁ ଯୁବକଙ୍କ ଘର ଦୁଆରେ ଝିଅର ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିଲେ। ପୋଲିସ ରାତିରୁ ମୃତଦେହକୁ ଜଗି ରହିଥିଲା। ଗୁରୁବାର ବୁଝାଶୁଝା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଧାମନଗର ଥାନା ଅଧୀନ ସରେଇ ଚୁଡ଼ାକୁଟି ପଞ୍ଚାୟତର ସୋରିଷଡିହ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଝିଅକୁ ହତ୍ୟା କରାଯାଇଥିବା ମୃତା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକା ଗତ ମାର୍ଚ୍ଚ ୩୧ରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ମା’ ଏପ୍ରିଲ ୧ରେ ଧାମନଗର ଥାନାରେ ଏତଲା ଦେଇଥିଲେ। ଏନେଇ ମାମଲା (ନଂ.୧୪୪/୨୪) ମଧ୍ୟ ରୁଜୁ ହୋଇଥିଲା। ପରେ ଗ୍ରାମର ଜଣେ ଯୁବକ ଝିଅକୁ ନେଇ ଯାଇଥିବା ସନ୍ଦେହରେ ତାଙ୍କ ପରିବାର ଲୋକଙ୍କୁ ପଚାରିଥିଲେ ହେଁ ସେମାନେ ଏ ବିଷୟରେ ଜାଣି ନ ଥିବା କହିଥିଲେ। ହେଲେ ୨ ଦିନ ତଳେ କଟକ ବଡ଼ ଡାକ୍ତରଖାନାରେ ନାବାଳିକାଙ୍କ ଚିକିତ୍ସା ପାଇଁ ଉକ୍ତ ଯୁବକଙ୍କ ପରିବାର ପକ୍ଷରୁ ତାଙ୍କ ମା’ଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଗିଥିଲେ। ନାବାଳିକାଙ୍କ ପରିବାର ଲୋକେ କଟକ ଡାକ୍ତରଖାନାରେ ପହଞ୍ଚତ୍ବା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା। ବୁଧବାର ମୃତଦେହ ଗଁାରେ ପହଞ୍ଚତ୍ଥିବା ବେଳେ ପ୍ରେମିକ ସାଙ୍ଗରେ ଆସି ନ ଥିବାରୁ ମୃତଦେହ ସତ୍କାର କରାଯିବ ନାହିଁ ବୋଲି ମୃତ ନାବାଳିକାଙ୍କ ପରିବାର ଲୋକେ ଅଡ଼ି ବସିଥିଲେ। ଖବରପାଇ ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ପୋଲିସ ରାତିସାରା ମୃତଦେହକୁ ଜଗି ରହିଥିଲା। ଗୁରୁବାର ପୂର୍ବାହ୍ନରେ ମାଜିଷ୍ଟ୍ରେଟ୍ ଭାବେ ତହସିଲଦାର ଦୀପକ କୁମାର ଦାସ ବୁଝାଶୁଝା କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା ହତ୍ୟା ନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ। ପୂର୍ବ ଅଭିଯୋଗ ଅନୁଯାୟୀ ଘଟଣାର ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧାମନଗର ଥାନା ଆଇଆଇସି ଫନୀନ୍ଦ୍ର ଭୂଷଣ ନାୟକ କହିଛନ୍ତି।
The post ପ୍ରେମିକଙ୍କ ସହ ବେଙ୍ଗାଲୁରୁ ପଳାଇଥିଲେ ଯୁବତୀ: ଫେରିଲା ମୃତଦେହ appeared first on Dharitri Odia News.