କିଏ ସେହି ନେତା ଏମପି ଭାବେ ନେଲେ ନାହିଁ ଶପଥ? ଭାଜପାର ନିଷ୍ପତ୍ତିରେ ନାରାଜ
ନୂଆଦିଲ୍ଲୀ,୨୪।୬: ସୋମବାର ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ସୋମବାର ଲୋକ ସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ମୋଦି କ୍ୟାବିନେଟର ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ତେବେ କଂଗ୍ରେସ ସଦସ୍ୟ କେ ସୁରେଶ, ଡିଏମକେ ନେତା କେ.ଟି ବାଲୁ ଏବଂ ଟିଏମସି ଏମପି ସୁଦୀପ ବାନ୍ଦୋପାଧ୍ୟାୟ […] The post କିଏ ସେହି ନେତା ଏମପି ଭାବେ ନେଲେ ନାହିଁ ଶପଥ? ଭାଜପାର ନିଷ୍ପତ୍ତିରେ ନାରାଜ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୬: ସୋମବାର ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ସୋମବାର ଲୋକ ସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ମୋଦି କ୍ୟାବିନେଟର ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ତେବେ କଂଗ୍ରେସ ସଦସ୍ୟ କେ ସୁରେଶ, ଡିଏମକେ ନେତା କେ.ଟି ବାଲୁ ଏବଂ ଟିଏମସି ଏମପି ସୁଦୀପ ବାନ୍ଦୋପାଧ୍ୟାୟ ଶପଥ ଗ୍ରହଣ କରିନାହାଁନ୍ତି। ଏହି ଏମପିମାନେ ଭର୍ତ୍ତୃହରୀ ମହତାବଙ୍କୁ ପ୍ରୋଟେମ ବାଚସ୍ପତି ଭାବରେ ନିର୍ବାଚନକୁ ଆପତ୍ତି ଜଣାଇଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ରାଧା ମୋହନ ସିଂ ଏବଂ ଫଗ୍ଗନ ସିଂ କୁଲାଷ୍ଟେ ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ। ଆସନ୍ତା ଦୁଇ ଦିନ ଧରି ଗୃହର ପ୍ରକ୍ରିୟା ପରିଚାଳନାରେ ଉଭୟ ସଦସ୍ୟ ପ୍ରୋଟେମ ସ୍ପିକର ମହତାବଙ୍କୁ ସାହାଯ୍ୟ କରିବେ। ଏହା ବ୍ୟତୀତ କେ ସୁରେଶ, କେ.ଟି ବାଲୁ ଏବଂ ଟିଏମସି ଏମପି ସୁଦୀପ ବାନ୍ଦୋପାଧ୍ୟାୟ ମଧ୍ୟ ରାଧା ମୋହନ ସିଂ ଏବଂ ଫଗ୍ଗନ ସିଂ କୁଲାଷ୍ଟେଙ୍କ ସହ ସଭାପତି ପ୍ୟାନେଲରେ ମନୋନୀତ ହୋଇଛନ୍ତି କିନ୍ତୁ ସେମାନେ ଶପଥ ନେଇ ନାହାଁନ୍ତି।
The post କିଏ ସେହି ନେତା ଏମପି ଭାବେ ନେଲେ ନାହିଁ ଶପଥ? ଭାଜପାର ନିଷ୍ପତ୍ତିରେ ନାରାଜ appeared first on Dharitri Odia News.