ପୁରା ଜୀବନ ମୁଁ ଧୋନିଙ୍କ ପାଖେ ଋଣୀ, ୧୩ ବର୍ଷ ପୁରୁଣା କଥାକୁ ମନେ ପକାଇ ଭାବୁକ ହେଲେ ଅଶ୍ୱିନ୍
ମୁମ୍ବାଇ ୧୭।୦୩ : ରବିଚନ୍ଦ୍ରନ ଅଶ୍ୱିନୀ । ବିଶ୍ୱର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ । ଯିଏକି କ୍ୟାରମ ବଲ୍ ପାଇଁ ବି ଫେମସ୍, ଯେଉଁ ବଲ୍ରୁ ବର୍ତ୍ତିବା ବ୍ୟାଟସମ୍ୟାନ୍ଙ୍କ ପାଖେ ସହଜ ନୁହେଁ । ଯେତେବେଳେ ଅଶ୍ୱିନୀ ପୁରା ଫର୍ମରେ ଥାଆନ୍ତା । ତେବେ କୌଣସି ବ୍ୟାଟସମ୍ୟାନ୍ ତାଙ୍କ ଆଗେ ତିଷ୍ଟିବା ଅସମ୍ଭବ । ଆଉ ଏବେ ଧୋନିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ତେବେ ୨୦୦୮ରୁ ୨୦୧୫ ଯାଏଁ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିଥିଲି । ଏହି ସମୟରେ ଅଶ୍ୱିନୀ ଚେନ୍ନାଇର ଜଣେ ପ୍ରମୁଖ ସ୍ପିନର ଭାବେ ଜଣାଶୁଣା ଥିଲେ । ୨୦୧୧ ଆଇପିଏଲ୍ ସଂସ୍କରଣରେ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇର ଫାଇନାଲ ମୁକାବିଲା ଥିଲା । ଏହି ମୁକାବିଲାର ପ୍ରଥର ଓଭରରେ ବୋଲିଂ କରିବାକୁ ଅଶ୍ୱିନୀଙ୍କୁ ବଲ୍ ଦେଇଥିଲେ ଧୋନି । ତାହା ପୁଣି କ୍ରିସ୍ ଗେଲ୍ଙ୍କ ବିପକ୍ଷରେ ଥିଲା । ପ୍ରଥମ ଓଭରର ୪ର୍ଥ ବଲ୍ରେ ଅଶ୍ୱିନ କ୍ରିସ୍ ଗେଲ୍ଙ୍କୁ ଆଉଟ୍ କରିଥିଲେ । ତେବେ ଧୋନିଙ୍କ ଏହି ଶୈଳୀକୁ ଅଶ୍ୱିନ କହିଛନ୍ତି ଯେ, ପୂର୍ବରୁ ମୁଁ ମଧ୍ୟକ୍ରମରେ କିମ୍ବା ପାଓ୍ୱାର ପ୍ଲେ ଶେଷ ପରେ ବୋଲିଂ କରୁଥିଲି । କିନ୍ତୁ ଧୋନି ମୋ କ୍ୟାରିୟରରେ ନୂଆ ଦିଗ ଆଣିଥିଲେ । ପାଓ୍ୱାର ପ୍ଲେର ପ୍ରଥମ ଓଭର ବୋଲିଂ କରିବାକୁ ଦେଇଥିଲେ ଧୋନି । କେବଳେ ଏତିକି ନୁହେଁ ଧୋନି ମୋ କ୍ୟାରିୟରରେ ଯେତିକି ସହଯୋଗ କରିଛନ୍ତି । ତାହା ଆଉ କୌଣସି ଖେଳା
ମୁମ୍ବାଇ ୧୭।୦୩ : ରବିଚନ୍ଦ୍ରନ ଅଶ୍ୱିନୀ । ବିଶ୍ୱର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ । ଯିଏକି କ୍ୟାରମ ବଲ୍ ପାଇଁ ବି ଫେମସ୍, ଯେଉଁ ବଲ୍ରୁ ବର୍ତ୍ତିବା ବ୍ୟାଟସମ୍ୟାନ୍ଙ୍କ ପାଖେ ସହଜ ନୁହେଁ । ଯେତେବେଳେ ଅଶ୍ୱିନୀ ପୁରା ଫର୍ମରେ ଥାଆନ୍ତା । ତେବେ କୌଣସି ବ୍ୟାଟସମ୍ୟାନ୍ ତାଙ୍କ ଆଗେ ତିଷ୍ଟିବା ଅସମ୍ଭବ । ଆଉ ଏବେ ଧୋନିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ।

ତେବେ ୨୦୦୮ରୁ ୨୦୧୫ ଯାଏଁ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିଥିଲି । ଏହି ସମୟରେ ଅଶ୍ୱିନୀ ଚେନ୍ନାଇର ଜଣେ ପ୍ରମୁଖ ସ୍ପିନର ଭାବେ ଜଣାଶୁଣା ଥିଲେ । ୨୦୧୧ ଆଇପିଏଲ୍ ସଂସ୍କରଣରେ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇର ଫାଇନାଲ ମୁକାବିଲା ଥିଲା । ଏହି ମୁକାବିଲାର ପ୍ରଥର ଓଭରରେ ବୋଲିଂ କରିବାକୁ ଅଶ୍ୱିନୀଙ୍କୁ ବଲ୍ ଦେଇଥିଲେ ଧୋନି । ତାହା ପୁଣି କ୍ରିସ୍ ଗେଲ୍ଙ୍କ ବିପକ୍ଷରେ ଥିଲା । ପ୍ରଥମ ଓଭରର ୪ର୍ଥ ବଲ୍ରେ ଅଶ୍ୱିନ କ୍ରିସ୍ ଗେଲ୍ଙ୍କୁ ଆଉଟ୍ କରିଥିଲେ ।

ତେବେ ଧୋନିଙ୍କ ଏହି ଶୈଳୀକୁ ଅଶ୍ୱିନ କହିଛନ୍ତି ଯେ, ପୂର୍ବରୁ ମୁଁ ମଧ୍ୟକ୍ରମରେ କିମ୍ବା ପାଓ୍ୱାର ପ୍ଲେ ଶେଷ ପରେ ବୋଲିଂ କରୁଥିଲି । କିନ୍ତୁ ଧୋନି ମୋ କ୍ୟାରିୟରରେ ନୂଆ ଦିଗ ଆଣିଥିଲେ । ପାଓ୍ୱାର ପ୍ଲେର ପ୍ରଥମ ଓଭର ବୋଲିଂ କରିବାକୁ ଦେଇଥିଲେ ଧୋନି । କେବଳେ ଏତିକି ନୁହେଁ ଧୋନି ମୋ କ୍ୟାରିୟରରେ ଯେତିକି ସହଯୋଗ କରିଛନ୍ତି । ତାହା ଆଉ କୌଣସି ଖେଳାଳି କରିନାହନ୍ତି । ତେଣୁ ମୁଁ ସବୁ ବେଳେ ଧୋନିଙ୍କ ନିକଟରେ ରୁଣୀ ହୋଇ ରହିବି । ଏହାପରେ ମୁଁ ଅନେକ ଥର ଜାତୀୟ ଦଳ ପାଇଁ ବି ପ୍ରଥମ ଓଭରରେ ବୋଲିଂ କରିଛି ।

ସୂଚନାଯୋଗ୍ୟ ଯେ, ତାମିଲନାଡୁ କ୍ରିକେଟ୍ ସଂକ୍ଷ ପକ୍ଷରୁ ଏକା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅଶ୍ୱିନ ୫୦୦ ଓ୍ୱିକେଟ୍ ଏବଂ ୧୦୦ ଟେଷ୍ଟ ମ୍ୟାଚ୍ ଖେଳିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅଶ୍ୱିନ ଧୋନିଙ୍କୁ ଏହି ଏପରି ବୟାନ ଦେଇଛନ୍ତି । ଏହି ଉତ୍ସବରେ ଅନିଲ କୁମ୍ବଲେ, ଏନ୍ ଶ୍ରୀନିବାସନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ନିର୍ବାଚନ ପାଇଁ ଦେଶ ବାହାରକୁ ସିପ୍ଟ ହେବ କି IPL 2024 ? ଜୟ ଶାହ ଦେଲେ ଜବାବ...