ଯୁବକଙ୍କୁ ବୀଭତ୍ସ ହତ୍ୟା, ଘରେ ପଶି ହାଣିଦେଲେ ଦୁର୍ବୃତ୍ତ
ବ୍ରହ୍ମପୁର ୬/୪: ଗଞ୍ଜାମରେ ବୀଭତ୍ସ ହତ୍ୟାକାଣ୍ଡ । ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି ।ମାରଣାସ୍ତ୍ରରେ ହାଣି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତକ ପାଣ୍ଡିଆ ପନ୍ଦରା ସାହିର ମୁରଲୀ ବାଡତ୍ୟା ।ସୂଚନା ଅନୁସାରେ, ଶୁକ୍ରବାର ରାତିରେ ମୁରଲୀ ଘର ଭିତରେ ଶୋଇଥିବାବେଳେ ବାପା ବାହାରେ ଶୋଇଥିଲେ । ପାଣି ପିଇବାକୁ ଘର ଭିତରକୁ ଯାଇ ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବାପା ଦେଖିଥିଲେ । ସଙ୍ଗେ ସଙ୍ଗେ ମୁରଲୀଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ସେଠାରେ ଡାକ୍ତର ମୁରଲୀଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ମୁରଲୀଙ୍କୁ କିଏ ଓ କାହିଁକି ହତ୍ୟା କଲା କାରଣ କିଛି ଜଣାପଡିନି । ୨ ଦିନ ତଳେ ଗାଁରେ ଦଣ୍ଡନାଚ ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ମୁରଲୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ବିଭିନ୍ନ ତଥ୍ୟକୁ ଆଧାର କରି ଛାନଭିନ ଚଳାଇଛି ।
ବ୍ରହ୍ମପୁର ୬/୪: ଗଞ୍ଜାମରେ ବୀଭତ୍ସ ହତ୍ୟାକାଣ୍ଡ । ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି ।ମାରଣାସ୍ତ୍ରରେ ହାଣି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତକ ପାଣ୍ଡିଆ ପନ୍ଦରା ସାହିର ମୁରଲୀ ବାଡତ୍ୟା ।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ମୁରଲୀ ଘର ଭିତରେ ଶୋଇଥିବାବେଳେ ବାପା ବାହାରେ ଶୋଇଥିଲେ । ପାଣି ପିଇବାକୁ ଘର ଭିତରକୁ ଯାଇ ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବାପା ଦେଖିଥିଲେ । ସଙ୍ଗେ ସଙ୍ଗେ ମୁରଲୀଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ସେଠାରେ ଡାକ୍ତର ମୁରଲୀଙ୍କୁ ମୃତ ଘୋଷଣା କରିଥିଲେ ।
ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ମୁରଲୀଙ୍କୁ କିଏ ଓ କାହିଁକି ହତ୍ୟା କଲା କାରଣ କିଛି ଜଣାପଡିନି । ୨ ଦିନ ତଳେ ଗାଁରେ ଦଣ୍ଡନାଚ ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ମୁରଲୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ବିଭିନ୍ନ ତଥ୍ୟକୁ ଆଧାର କରି ଛାନଭିନ ଚଳାଇଛି ।