ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ଟିଟିଲାଗଡ଼ : ଦୁର୍ଘଟଣାଗ୍ରସ୍ତ ହେଲା ପରିବହନ ମନ୍ତ୍ରୀଙ୍କ ଗାଡି I ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ସହିତ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି I ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡି ଭାଙ୍ଗି ଚୁରମାର ହୋଇଥିବାବେଳେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଗତକାଲି ରାତିରେ ଏହି ଦୁର୍ଘହାତାନ ଘଟିଛି I ମନ୍ତ୍ରୀ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ ରେଳ ବିଭାଗରେ ନିୟୋଜିତ […]

ଟିଟିଲାଗଡ଼ : ଦୁର୍ଘଟଣାଗ୍ରସ୍ତ ହେଲା ପରିବହନ ମନ୍ତ୍ରୀଙ୍କ ଗାଡି I ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ସହିତ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି I ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡି ଭାଙ୍ଗି ଚୁରମାର ହୋଇଥିବାବେଳେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଗତକାଲି ରାତିରେ ଏହି ଦୁର୍ଘହାତାନ ଘଟିଛି I ମନ୍ତ୍ରୀ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ ରେଳ ବିଭାଗରେ ନିୟୋଜିତ ଅଛି । ତେବେ ପିକଅପ୍ ଭ୍ୟାନ ଡ୍ରାଇଭର ପ୍ରବଳ ମଦ୍ୟପାନ କରି ଗାଡି ଚଲାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ସଇଁତଳା ପୁଲିସ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।