ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ 15000 ଟଙ୍କା କୁ ବୃଦ୍ଧି
ଭୁବନେଶ୍ବର : ବୃଦ୍ଧି ହେଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀ ନିବାସର ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ I ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଏହି ଛାତ୍ରୀ ନିବାସର ମହିଳା ମାଟ୍ରନ ମାନଙ୍କର ପାରିଶ୍ରମିକ ୧୦୦୦୦ ଟଙ୍କା ରୁ ୧୫୦୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ I ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, […]

ଭୁବନେଶ୍ବର : ବୃଦ୍ଧି ହେଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀ ନିବାସର ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ I ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଏହି ଛାତ୍ରୀ ନିବାସର ମହିଳା ମାଟ୍ରନ ମାନଙ୍କର ପାରିଶ୍ରମିକ ୧୦୦୦୦ ଟଙ୍କା ରୁ ୧୫୦୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ I
ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ I
ସେହିପରି ୬୦ ବର୍ଷ ରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ପାଇଁ ରାଜ୍ୟସରକାର ସରକାରଙ୍କର ବାର୍ଷିକ ୧୫ କୋଟିରୁ ଉର୍ଦ୍ଧ ଖର୍ଚ୍ଚ କରିବେ।