ଶିଶୁକନ୍ୟା ଦୁଷ୍କର୍ମକାରୀ ଗିରଫ

ଭୁବନେଶ୍ୱର : ଗିରଫ ହେଲା ଶିଶୁକନ୍ୟା ଦୁଷ୍କର୍ମକାରୀ । ଅଢେବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଗିରଫ ହେଲା ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆ (୨୩) ବର୍ଷ । ସେ ପେସାରେ ଜଣେ ଡ୍ରାଇଭର । ଏୟାର ଫିଲଡ ଥାନା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗତକାଲି ସନ୍ତୋଷ ଜଣେ ଅଢେବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି କେଉଁଆଡେ ଫେରାର ହୋଇଯାଇଥିଲା । ତେବେ ଏହି ଘଟଣାରେ ତାର ସହଯୋଗୀକୁ ପୋଲିସ ଅଟକ ରଖି ଜେରା କରିଥିଲା […]

ଶିଶୁକନ୍ୟା ଦୁଷ୍କର୍ମକାରୀ ଗିରଫ

ଭୁବନେଶ୍ୱର : ଗିରଫ ହେଲା ଶିଶୁକନ୍ୟା ଦୁଷ୍କର୍ମକାରୀ । ଅଢେବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଗିରଫ ହେଲା ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆ (୨୩) ବର୍ଷ । ସେ ପେସାରେ ଜଣେ ଡ୍ରାଇଭର । ଏୟାର ଫିଲଡ ଥାନା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗତକାଲି ସନ୍ତୋଷ ଜଣେ ଅଢେବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି କେଉଁଆଡେ ଫେରାର ହୋଇଯାଇଥିଲା । ତେବେ ଏହି ଘଟଣାରେ ତାର ସହଯୋଗୀକୁ ପୋଲିସ ଅଟକ ରଖି ଜେରା କରିଥିଲା ପୋଲିସ । ପୀଡିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ଆଜି ଶିଶୁକନ୍ୟାର ଅଲ୍ଟ୍ରାସାଉଣ୍ଡ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ,ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆଙ୍କ ଘର ସମ୍ମୁଖରେ ରୁହନ୍ତି ପୀଡିତା ଶିଶୁ କନ୍ୟାର ପରିବାର । ଗତକାଲି ଅପରାହ୍ନରେ ଶିଶୁକନ୍ୟାଟିକୁ ତା’ର ବାପା ବାହାରେ ଧରି ବୁଲାଉଥିବାବେଳେ ସନ୍ତୋଷ ପିଲାଟିକୁ ବୁଲାଇବା ବାହାନାରେ ନିଜ ପାଖକୁ ନେଇ ଏହି ପୈଶାଚିକ କାଣ୍ଡ ଭିଆଥିଲା । ଘଟଣା ଜଣାପଡିବା ପରେ ସନ୍ତୋଷ ଖୁଣ୍ଟିଆ ସେଠାରୁ ଫେରାର ହୋଇ ଯାଇ ପିପିଲିରେ ଯାଇ ଲୁଚିଥିଲା । ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ଗତକାଲି କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢଉକୁ ଜୋରଦାର କରିଥିଲା । ଏହାପରେ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଗତ ରାତିରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ଡାକ୍ତରୀ ମାଇନା ରିପୋର୍ଟ, ସାଇଣ୍ଟିଫିକ୍‌ ରିପୋର୍ଟ, ପୁଲିସ୍‌ ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯିବ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ସରକାରୀ ଓ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଶେଷ ହେବାର ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପଡ଼ିବ। ଡାକ୍ତର ଏହି ରିପୋର୍ଟକୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।