ହସିନାଙ୍କୁ ଶକ୍ତ ଝଟ୍‌କା ଲାଗିଛି, ‌ଆମେ ତାଙ୍କୁ କିଛି ସମୟ ଦେଇଛୁ : ଜୟଶଙ୍କର

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଏକ ସର୍ବଦଳୀୟ ବୈଠକ‌ରେ ବାଂଲାଦେଶ ହିଂସା ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବେ ଭାରତରେ ଅଛନ୍ତି। ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ଜୟଶଙ୍କରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ହସିନାଙ୍କୁ ଶକ୍ତ ଝଟ୍‌କା ଲାଗିଛି। ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆମେ ତାଙ୍କୁ କିଛି ସମୟ ଦେଇଛୁ। ସେ କ’ଣ ନିଷ୍ପତ୍ତି ନେଇଛନ୍ତି ସେ ବିଷୟରେ ତାଙ୍କ […]

ହସିନାଙ୍କୁ ଶକ୍ତ ଝଟ୍‌କା ଲାଗିଛି, ‌ଆମେ ତାଙ୍କୁ କିଛି ସମୟ ଦେଇଛୁ : ଜୟଶଙ୍କର

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଏକ ସର୍ବଦଳୀୟ ବୈଠକ‌ରେ ବାଂଲାଦେଶ ହିଂସା ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବେ ଭାରତରେ ଅଛନ୍ତି। ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ଜୟଶଙ୍କରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ହସିନାଙ୍କୁ ଶକ୍ତ ଝଟ୍‌କା ଲାଗିଛି। ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆମେ ତାଙ୍କୁ କିଛି ସମୟ ଦେଇଛୁ। ସେ କ’ଣ ନିଷ୍ପତ୍ତି ନେଇଛନ୍ତି ସେ ବିଷୟରେ ତାଙ୍କ ସହ ଆଲୋଚନା କରାଯିବ ଏବଂ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ହସିନାଙ୍କୁ ଭାରତ ସହଯୋଗ କରିବ ବୋଲି ଜୟଶଙ୍କର ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ସଂସଦ ଭବନରେ ଆଜି ସର୍ବଦଳୀୟ ବୈଠକ ସମୟରେ ଜୟଶଙ୍କର କହିଛନ୍ତି, ଭାରତ ବାଂଲାଦେଶ ସେନା ମୁଖ୍ୟଙ୍କ ସହ କଥା ହୋଇଛି। ବାଂଲାଦେଶରେ ଥିବା ୧୦ ହଜାର ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାପାଇଁ ଭାରତ ବାଂଲାଦେଶ ସେନାମୁଖ୍ୟଙ୍କ ସହ କଥା ହୋଇଛି ବୋଲି ସେ କହିଛନ୍ତି।