ରାଜ୍ୟରେ ଅଛନ୍ତି ୧୧,୫୯୮ ଜଣ ସ୍ୱାମୀ ପରିତ୍ୟକ୍ତା – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ସ୍ୱାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏହି ମାମଲାରେ ୧୧ ହଜାର ୫୯୮ ମହିଳା ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରେ ସର୍ବାଧିକ ୩ ହଜାର ୭୨୯ ମହିଳା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବିକାଶ ପାଇଁ ଧନ୍ଦାମୂଳକ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି । ଆଜି ବିଧାନସଭାରେ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ […]

ରାଜ୍ୟରେ ଅଛନ୍ତି ୧୧,୫୯୮ ଜଣ ସ୍ୱାମୀ ପରିତ୍ୟକ୍ତା – ଉପମୁଖ୍ୟମନ୍ତ୍ରୀ
ରାଜ୍ୟରେ ଅଛନ୍ତି ୧୧,୫୯୮ ଜଣ ସ୍ୱାମୀ ପରିତ୍ୟକ୍ତା - ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ସ୍ୱାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏହି ମାମଲାରେ ୧୧ ହଜାର ୫୯୮ ମହିଳା ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରେ ସର୍ବାଧିକ ୩ ହଜାର ୭୨୯ ମହିଳା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବିକାଶ ପାଇଁ ଧନ୍ଦାମୂଳକ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି । ଆଜି ବିଧାନସଭାରେ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ୨୦୨୪-୨୫ ବର୍ଷରେ ୧୯୧୦ ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୮୬୯ ଟି ପାରିବାରିକ ମାମଲା ବିଚାରାଧୀନ ରହିଛି ।