ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା କାର, ଜଣେ ମୃତ ଓ ୩ ଗୁରୁତର
ମୁନିଗୁଡା ୦୧/୦୭: ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିଲା କାର । କାର୍ଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ସେମାନେ ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବନ୍ଧଗୁଡା ଗ୍ରାମ ନିକଟରେ । ସୂଚନା ଥାଉକି, କାକିନାଡାରୁ ୫ଜଣ ଲୋକ ବରଗଡ ଯାଇ ଏକ ଭୋଜିରେ ରୋଷେଇକରି କାକିନାଡା ଫେରୁଥିଲେ । ସେମାନଙ୍କ କହିବା ଅନୁଯାୟୀ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍କୁ ସାଇଡ୍ ଦେବାବେଳେ ବିପରିତ ଦିଗରୁ ଏକ ଟ୍ରକ୍ ଆସିଯିବାରୁ କାରଟି ଭାରସାମ୍ୟ ହରାଇ କଲଭର୍ଟ ନିକଟରେ ଥିବା ଖାଲ ଭିତରକୁ ଖସିପଡି ଓଲଟି ପଡିଥିଲା । ଖବରପାଇ କାର୍ରେ ଥିବା ୩ଜଣ ଗୁରୁତରଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ କାର୍ ଭିତରେ ଜଣେ ଚାପି ହୋଇ ରହିଛନ୍ତି । ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଜାରି ରଖିଛନ୍ତି ।
ମୁନିଗୁଡା ୦୧/୦୭: ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିଲା କାର । କାର୍ଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ସେମାନେ ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବନ୍ଧଗୁଡା ଗ୍ରାମ ନିକଟରେ ।
ସୂଚନା ଥାଉକି, କାକିନାଡାରୁ ୫ଜଣ ଲୋକ ବରଗଡ ଯାଇ ଏକ ଭୋଜିରେ ରୋଷେଇକରି କାକିନାଡା ଫେରୁଥିଲେ । ସେମାନଙ୍କ କହିବା ଅନୁଯାୟୀ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍କୁ ସାଇଡ୍ ଦେବାବେଳେ ବିପରିତ ଦିଗରୁ ଏକ ଟ୍ରକ୍ ଆସିଯିବାରୁ କାରଟି ଭାରସାମ୍ୟ ହରାଇ କଲଭର୍ଟ ନିକଟରେ ଥିବା ଖାଲ ଭିତରକୁ ଖସିପଡି ଓଲଟି ପଡିଥିଲା ।
ଖବରପାଇ କାର୍ରେ ଥିବା ୩ଜଣ ଗୁରୁତରଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ କାର୍ ଭିତରେ ଜଣେ ଚାପି ହୋଇ ରହିଛନ୍ତି । ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଜାରି ରଖିଛନ୍ତି ।