ନାବାଳିକାଙ୍କ ହାତବନ୍ଧା ଅବସ୍ଥାରେ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ନବରଂଗପୁର : ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ତ ଏକ ଟାୱାର ପାଚେରି ପାର୍ଶ୍ୱରୁ ଜଣେ 10 ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି  ।   ନାବାଳିକା ଜଣଙ୍କ ଆଜି ଦିନ ପ୍ରାୟ ୧ ଟା ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ । ଏହା ପରେ ପରିବାର ଲୋକେ […] The post ନାବାଳିକାଙ୍କ ହାତବନ୍ଧା ଅବସ୍ଥାରେ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ appeared first on KNews Odisha.

ନାବାଳିକାଙ୍କ ହାତବନ୍ଧା ଅବସ୍ଥାରେ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ps-1

ନବରଂଗପୁର : ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ତ ଏକ ଟାୱାର ପାଚେରି ପାର୍ଶ୍ୱରୁ ଜଣେ 10 ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି  ।   ନାବାଳିକା ଜଣଙ୍କ ଆଜି ଦିନ ପ୍ରାୟ ୧ ଟା ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ ।

ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ ! ଝିଅର ସମସ୍ତ ସାଙ୍ଗସାଥି ଏବଂ ପୋଡଶୀଙ୍କୁ  ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ବୋହୁ ଖୋଜଖୋଜି କରି ରାତି ପ୍ରାୟ ୮ ଟା ସମୟରେ  ଗ୍ରାମର ଟାୱାର ପାଚେରି ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ । ଝିଅର ଦୁଇ ହାତ ବନ୍ଧା ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି  ! ଏନେଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ରଙ୍କୁ ପଚାରିବାରୁ ସେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ।

 

The post ନାବାଳିକାଙ୍କ ହାତବନ୍ଧା ଅବସ୍ଥାରେ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ appeared first on KNews Odisha.