ହୋଟେଲରୁ ବଡ଼ ଧରଣର ଚୋରି

ରାୟଗଡ଼ା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂର ସାଇରାମ ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲରୁ ମଙ୍ଗଳବାର ଭୋର ୩ଟାରେ ଏକ ବଡ଼ଧରଣର ଚୋରି ହୋଇଥିବା ଜଣାପଡିଛି। ହୋଟେଲରୁ ପ୍ରାୟ ୩ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା, ସିସି ଟିଭି ହାର୍ଡ ଡିସ୍କ ଚୋରି ହୋଇଥିବା ନେଇ ହୋଟେଲ ମାଲିକ ମର୍ଣିଂ ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭଳି ସୋମବାର ରାତିରେ ହୋଟେଲ ସଫା ହୋଇଥିଲା। ରାତି ୧୨ଟାରେ ହୋଟେଲ ବନ୍ଦ […] The post ହୋଟେଲରୁ ବଡ଼ ଧରଣର ଚୋରି appeared first on Dharitri Odia News.

ହୋଟେଲରୁ ବଡ଼ ଧରଣର ଚୋରି

ରାୟଗଡ଼ା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂର ସାଇରାମ ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲରୁ ମଙ୍ଗଳବାର ଭୋର ୩ଟାରେ ଏକ ବଡ଼ଧରଣର ଚୋରି ହୋଇଥିବା ଜଣାପଡିଛି। ହୋଟେଲରୁ ପ୍ରାୟ ୩ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା, ସିସି ଟିଭି ହାର୍ଡ ଡିସ୍କ ଚୋରି ହୋଇଥିବା ନେଇ ହୋଟେଲ ମାଲିକ ମର୍ଣିଂ ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭଳି ସୋମବାର ରାତିରେ ହୋଟେଲ ସଫା ହୋଇଥିଲା। ରାତି ୧୨ଟାରେ ହୋଟେଲ ବନ୍ଦ କରି ମାଲିକ ଘରକୁ ଫେରିଯାଇଥିଲେ। ତେବେ ମଙ୍ଗଳବାର ସକାଳୁ ହୋଟେଲ ଷ୍ଟାଫ ଆସି ହୋଟେଲ ପଛପଟେ ରହିଥିବା କବାଟ ଖୋଲି ଭିତରକୁ ଯାଇଥିଲେ। ହେଲେ କର୍ମଚାରୀ ରୋଷେଇ ଶାଳରେ ରହିଥିବା ଏକଜିଷ୍ଟିଂ ଫ୍ୟାନ ନ ଥିବା ଦେଖି ହୋଟେଲ ମାଲିକ ଶ୍ରୀନିବାସଙ୍କୁ ଫୋନ କରି ଜଣାଇଥିଲେ।

ହୋଟେଲ ମାଲିକ ଶ୍ରୀନିବାସ ପହଞ୍ଚି ଦେଖିଲା ବେଳକୁ କାଉଣ୍ଟର ଡ୍ରୟର ଭଙ୍ଗା ଯାଇ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ରାୟଗଡ଼ା ଟାଉନ ଥାନାରେ ଏତଲା ଦେବା ପରେ ଆଇଆଇସି କେକେବିକେ କହଁର ଓ ପୋଲିସ ଟିମ୍‌ ସହ ଆସି ଘଟଣାର ତଦନ୍ତ କରିଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଆଇଆଇସି କହଁରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି। ତଦନ୍ତ ପରେ ଚୋରିର ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।

 

The post ହୋଟେଲରୁ ବଡ଼ ଧରଣର ଚୋରି appeared first on Dharitri Odia News.