ନିଆଁରେ ଘିଅ ଢାଳୁଛି ଆମେରିକା… ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଗିକି ନିଆଁବାଣ ହେଲା ଚାଇନା
ବେଜିଂ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଚାଇନା ଆମେରିକାକୁ ଚେତାବନୀ ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର ଲୋକମାନଙ୍କୁ ସହର ଖାଲି କରିବାକୁ କହିଥିଲେ। ଚାଇନା ଏହା ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କରି ଚାଇନା କହିଛି ଯେ, ଏହା ନିଆଁରେ ଘିଅ ଢାଳୁଛି। ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ, ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ କହିଛନ୍ତି, ନିଆଁରେ […] The post ନିଆଁରେ ଘିଅ ଢାଳୁଛି ଆମେରିକା… ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଗିକି ନିଆଁବାଣ ହେଲା ଚାଇନା appeared first on Dharitri Odia News.
ବେଜିଂ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଚାଇନା ଆମେରିକାକୁ ଚେତାବନୀ ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର ଲୋକମାନଙ୍କୁ ସହର ଖାଲି କରିବାକୁ କହିଥିଲେ। ଚାଇନା ଏହା ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କରି ଚାଇନା କହିଛି ଯେ, ଏହା ନିଆଁରେ ଘିଅ ଢାଳୁଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ, ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ କହିଛନ୍ତି, ନିଆଁରେ ଘିଅ ଢାଳବା ଦ୍ୱାରା ବର୍ତ୍ତମାନର ପରିସ୍ଥିତିରେ ଉନ୍ନତି ହେବ ନାହିଁ। କାହାକୁ ଧମକ ଦେଇ କିମ୍ବା ଚାପ ପକାଇ ଏହି ମାମଲାକୁ ଶାନ୍ତ କରାଯାଇପାରିବ ନାହିଁ। ଏହା ଆହୁରି ବୃଦ୍ଧି ପାଇବ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଇରାନକୁ ଚେତାବନୀ ଦେଇଥିଲେ। ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣ ବନ୍ଦ କରିବାକୁ ଚେତାବନୀ ଦେଇ ସେ କହିଥିଲେ,ତେହେରାନର ଲୋକମାନଙ୍କୁ ତୁରନ୍ତ ସହର ଖାଲି କରିବା ଉଚିତ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ଲେଖିଛନ୍ତି, ଇରାନକୁ ମୁଁ ଯେଉଁ ‘ଡିଲ’ ବିଷୟରେ କହିଥିଲି ତାହା ସ୍ବାକ୍ଷର କରିବା ଉଚିତ ଥିଲା। ମାନବ ଜୀବନ ହାନୀ ପାଇଁ ମୁଁ ଦୁଃଖିତ। ମୁଁ ସ୍ପଷ୍ଟ ଭାବରେ କହୁଛି ଯେ, ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଅନୁମତି ଦିଆଯିବ ନାହିଁ।
The post ନିଆଁରେ ଘିଅ ଢାଳୁଛି ଆମେରିକା… ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଗିକି ନିଆଁବାଣ ହେଲା ଚାଇନା appeared first on Dharitri Odia News.