ବ୍ୟାପକ ଓ ଶାଣିତ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି।ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି l ମହାନଦୀ ଟ୍ରିବୁନlଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ। ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି। ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ରେ […]

ବ୍ୟାପକ ଓ ଶାଣିତ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି।ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି l ମହାନଦୀ ଟ୍ରିବୁନlଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ। ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି। ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ଜାନୁଆରୀ ମାସରେ ମହାନଦୀ ସମସ୍ୟା କୁ ନେଇ ରାଜ୍ୟସ୍ତରୀୟ ଓ ଫେବୃୟାରୀ ମାସରେ ଜାତୀୟ ସ୍ତରୀୟ ଆଲୋଚନା ସଭା ଆୟୋଜିତ ହେବ ବୋଲି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଓ ଉପସ୍ଥିତ ନେତୃବର୍ଗ ଘୋଷଣା କରିଛନ୍ତି।

ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ଜଳ ମାନବ ଡ. ରାଜେନ୍ଦ୍ର ସିଂହ ସାମ୍ୱାଦିକ ସମ୍ମିଳନୀ ରେ ଯୋଗ ଦେଇ କହିଲେ ଯେ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ଯଥା ଓଡ଼ିଶା ଓ ଛତିଶଗଡ଼ ରେ ସମାନ ବିଚାରଧାରା ଓ ଦଳର ସରକାର ଚାଲିଛି। ତେଣୁ ମହାନଦୀ ଜଳ ବିବାଦ ର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଲିଛି। ଟ୍ରିପଲ ଇଞ୍ଜିନ ସରକାର ଏହାର ସୁଯୋଗ ନେଇ ଓଡ଼ିଶା ବାସୀ ଓ ମହାନଦୀକୁ ନ୍ୟାୟ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆନ୍ଦୋଳନକୁ ପୁଣିଥରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାର ପ୍ରୟାସ କରାଯିବ l ମହାନଦୀ ସହିତ ଓଡ଼ିଶାର ଅନ୍ୟ ନଦୀ ଗୁଡ଼ିକରେ ସମସ୍ୟାକୁ ନେଇ ରାଜ୍ୟରେ ଏକ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ପ୍ରୟାସ କରାଯିବ ବୋଲି ସେ ଘୋଷଣା କରିଥିଲେ ।
ଆଜିର ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଡ ବିନାୟକ ରଥ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ,ରେଭେନ୍ସାର ପୂର୍ବତନ ସଭାପତି ଅଜୟ ମିଶ୍ର, ମହାନଦୀ ବଞ୍ଚାଓ ଆନ୍ଦୋଳନ ମୁଖପାତ୍ର ପ୍ରସନ୍ନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।