ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ବୁର୍ଡା ସରପଞ୍ଚ୍ ରାଜା ପାଳଙ୍କ ଦାବି ପତ୍ର
ସମ୍ବଲପୁର:ରେଢାଖୋଲ ଠାରୁ ୧୦ କି.ମି ଦୂରବର୍ତ୍ତୀ ବୁର୍ଡା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଗ୍ରାମ୍ୟଉନ୍ନୟନ ତଥା ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ବୁ୍ର୍ଡା ସରପଞ୍ଚ୍ ରାଜା ପାଳ ନିଜ ପଞ୍ଚୟତ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକଧ୍ୟରେ ପଞ୍ଚାୟତର କୌଣସି ନିଜସ୍ୱ ପାଣ୍ଠିନଥିବାରୁ ବନ୍ଧ କଟାର ପୁନଃଋଦ୍ଧାର,ଫଳ ବଗିଚା ସୃଷ୍ଟି,ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ କରିବା,ବୁର୍ଡା ସୁରୁବାଲି ଯୋର ଗୁଟିଆକଟା ଠାରେ ଡ୍ୟାମ ନିର୍ମାଣ,ବଡମାଲ ଠାରୁ ଗୁଞ୍ଜିଘରା […] The post ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ବୁର୍ଡା ସରପଞ୍ଚ୍ ରାଜା ପାଳଙ୍କ ଦାବି ପତ୍ର appeared first on Odisha.News.

ସମ୍ବଲପୁର:ରେଢାଖୋଲ ଠାରୁ ୧୦ କି.ମି ଦୂରବର୍ତ୍ତୀ ବୁର୍ଡା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଗ୍ରାମ୍ୟଉନ୍ନୟନ ତଥା ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ବୁ୍ର୍ଡା ସରପଞ୍ଚ୍ ରାଜା ପାଳ ନିଜ ପଞ୍ଚୟତ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
ଦାବି ଗୁଡିକଧ୍ୟରେ ପଞ୍ଚାୟତର କୌଣସି ନିଜସ୍ୱ ପାଣ୍ଠିନଥିବାରୁ ବନ୍ଧ କଟାର ପୁନଃଋଦ୍ଧାର,ଫଳ ବଗିଚା ସୃଷ୍ଟି,ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ କରିବା,ବୁର୍ଡା ସୁରୁବାଲି ଯୋର ଗୁଟିଆକଟା ଠାରେ ଡ୍ୟାମ ନିର୍ମାଣ,ବଡମାଲ ଠାରୁ ଗୁଞ୍ଜିଘରା ଓ ବୁର୍ଡା ଗ୍ରାମରୁ ନୂଆଁପଡା ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରାସ୍ତା ସଂଯୋଗୀକରଣ ସହିତ ବୁର୍ଡା ଗ୍ରାମରେ ଏକ ଉନ୍ନତ ଧରଣର ଖେଳ ପଡିଆ ନିର୍ମାଣ କରିବାକୁ ଏହି ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି।
ବୁର୍ଡା ପଞ୍ଚାୟତର ସରପଞ୍ଚ୍ ରାଜା ପାଲ୍ ମନ୍ତ୍ରୀ ଶ୍ରୀ ନାଏକଙ୍କୁ ଭୁବନେଶ୍ବରରେ ଭେଟି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି ।ଏହି ସମୟରେ ରେଢ଼ାଖୋଲର ପୁର୍ବତନ ଵିଜେପିର ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ଏବଂ ସମ୍ବଲପୁର୍ ଜିଲ୍ଳା ପୁର୍ବତନ ସମ୍ପାଦକ ବିରଞ୍ଚି ପ୍ରଧାନ ଦାବିପତ୍ର ଦେବା ସମୟରେ ଉପସ୍ଥିତ ରହିବା ସହିତ ରେଢାଖୋଲ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଅଞ୍ଚଳର ବିକାଶ ଉପରେ ଆଲୋଚନା କରିଥିଲେ।
The post ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ବୁର୍ଡା ସରପଞ୍ଚ୍ ରାଜା ପାଳଙ୍କ ଦାବି ପତ୍ର appeared first on Odisha.News.