ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଆଜି ତୃତୀୟ ସ୍ଥାନରେ ରାଶ୍ୟାଧିପ ଚତୁର୍ଥ କେନ୍ଦ୍ରାଧିପତିଙ୍କ ସହ ଅବସ୍ଥାନ କରି ବନ୍ଧୁଙ୍କ ସାହାଯ୍ୟ ଲାଭକରି ପାରିବେ। ରାହୁଙ୍କ ପ୍ରଭାବରେ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ କିନ୍ତୁ ଅବସନ୍ନତା ଅନୁଭବ କରିପାରନ୍ତି। ଷଷ୍ଠସ୍ଥ କେତୁଯୁକ୍ତ ବୁଧାଦିତ୍ୟ ଯୋଗ ଅଭିଳାଷ ପୂରଣ ଦିଗରେ ସମସ୍ୟା ସୃଷ୍ଟି କରିପାରନ୍ତି। ବୃଷ ଦ୍ୱିତୀୟସ୍ଥ ଚନ୍ଦ୍ରଯୁକ୍ତ ଲାଲଗ୍ରହ ମଙ୍ଗଳ ମାନସିକ ସ୍ଥିତିକୁି ଉତ୍ତେଜନାପ୍ରବଣ କରାଇପାରନ୍ତି। କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇ ବ୍ୟସ୍ତତା ଅନୁଭବ କରିବେ। ବନ୍ଧୁଙ୍କ […] The post ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope
ମେଷ
ଆଜି ତୃତୀୟ ସ୍ଥାନରେ ରାଶ୍ୟାଧିପ ଚତୁର୍ଥ କେନ୍ଦ୍ରାଧିପତିଙ୍କ ସହ ଅବସ୍ଥାନ କରି ବନ୍ଧୁଙ୍କ ସାହାଯ୍ୟ ଲାଭକରି ପାରିବେ। ରାହୁଙ୍କ ପ୍ରଭାବରେ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ କିନ୍ତୁ ଅବସନ୍ନତା ଅନୁଭବ କରିପାରନ୍ତି। ଷଷ୍ଠସ୍ଥ କେତୁଯୁକ୍ତ ବୁଧାଦିତ୍ୟ ଯୋଗ ଅଭିଳାଷ ପୂରଣ ଦିଗରେ ସମସ୍ୟା ସୃଷ୍ଟି କରିପାରନ୍ତି।
ବୃଷ
ବୃଷ
ଦ୍ୱିତୀୟସ୍ଥ ଚନ୍ଦ୍ରଯୁକ୍ତ ଲାଲଗ୍ରହ ମଙ୍ଗଳ ମାନସିକ ସ୍ଥିତିକୁି ଉତ୍ତେଜନାପ୍ରବଣ କରାଇପାରନ୍ତି। କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇ ବ୍ୟସ୍ତତା ଅନୁଭବ କରିବେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ନୀଚାଭିମୁଖୀ ରବିଙ୍କ କୁପ୍ରଭାବରୁ ପଡ଼ୋଶୀ, ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କ ହ୍ରାସ ଘଟିପାରେ। ଜମିଜମା ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହିବ ନାହିଁ। ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଆର୍ଥିକ ଅନଟନ ଲାଗିରହିବା କାରଣରୁ ବିଚଳିତବୋଧ କରିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ବ୍ୟୟଭାବରେ ରହିଥିବାରୁ ଦୂରଯାତ୍ରାରେ ଖର୍ଚ୍ଚଭାର ବୃଦ୍ଧି ପାଇବ। ବନ୍ଧୁ କିମ୍ବା ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଆଜିର ଫେରନ୍ତା ବାଟରେ କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ସି˚ହ
ସି˚ହ
ରବି ଧନାଧିପ ବୁଧଙ୍କ ସହ ଧନସ୍ଥ ଯୋଗୁ ପରିବାରର ଦାବି ଅନୁଯାୟୀ ଗୃହକୁ ସୌଖୀନ ଦ୍ରବ୍ୟ ଆଣିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ରାଶିରେ ତିନୋଟି ଗ୍ରହଙ୍କ ସମାବେଶ ହେତୁ ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହି ନ ପାରେ। ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହେବ। ସ୍ବାର୍ଥର ବଶବର୍ତ୍ତୀ ହୋଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତୁଳା
ତୁଳା
ସ୍ବଗୃହୀ ଶୁକ୍ର ରାଶିରେ ଅବସ୍ଥାନ କରି ସ୍ବାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣରେ ରଖିପାରନ୍ତି। କୌଣସି ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକ ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବା ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ, ସଭା ସମିତିରେ, ରାଜନୈତିକ ସ୍ଥିତିରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
ମଙ୍ଗଳଗ୍ରହ ଦୁଃସ୍ଥାନରେ ଥିବାରୁ ଶାରୀରିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଭୂମିପୁତ୍ରଙ୍କ ଦୁର୍ବଳତା ହେତୁ ଜମିଜମା କ୍ରୟବିକ୍ରୟ ବିଷୟରେ ଆଲୋଚନା କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହେବ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ଧନୁ
ଧନୁ
ରାଶ୍ୟାଧିପ ବୃହସ୍ପତି ଷଷ୍ଠସ୍ଥ ହେତୁ ରୋଗପୀଡ଼ା ବୃଦ୍ଧି ସହ ପରୋକ୍ଷ ଶତ୍ରୁତା କାରଣରୁ ଚିନ୍ତିତ ରହିପାରନ୍ତି। ରାହୁ ଗୁରୁକ୍ଷେତ୍ରସ୍ଥଜନିତ କୌଣସି ଭୁଲ୍‌ ନିଷ୍ପତ୍ତି ନେଇ ଅନୁତାପ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କ୍ରୀଡ଼ା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ସାମାନ୍ୟ ଅଗ୍ରଗତି ଘଟିବ।
ମକର
ମକର
ବକ୍ରି ଶନି ମୁଖଭାବରେ ଅବସ୍ଥାନ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବେ। ପାଖ ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦୀୟ ପରିସ୍ଥିତି ସୃଷ୍ଟିହେବ। ଆଜି ପୂର୍ବାଲୋଚନା ଅନୁଯାୟୀ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗିରହିବ।
କୁମ୍ଭ
କୁମ୍ଭ
ଗୁରୁଙ୍କ ଶୁଭଦୃଷ୍ଟିଜନିତ କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଅସୁବିଧା ହେବ ନାହିଁ। ସମୟାନ୍ତରରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗିପଡ଼ିଥିବା ସମ୍ପର୍କ ଯୋଡ଼ିହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ

ରାହୁଙ୍କ ଦୃଷ୍ଟିଜନିତ ପରିବାରରେ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସାଙ୍ଗକୁ ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ଭାଗ୍ୟସ୍ଥାନକୁ ରାଶ୍ୟାଧିପତି ଦେଖୁଥିବାରୁ ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ। ଭ୍ରମଣଜିତ ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଟକି ରହିଥିବା କାମଟି ଅପରାହ୍ନେ ସମ୍ପନ୍ନ କରିବେ।

The post ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope appeared first on Dharitri Odia News.