ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ
ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା ଗୁଦଡ଼ୀ ଥାନା ବୁରୁଗୁଲିକେରା ଗ୍ରାମର ଗନ୍ଧୋରୀ ବୁଡ଼(୬୦) ଓ ତାଙ୍କ ପୁଅ ରାଜେଶ ବୁଡ଼(୩୫)। ଖବର ପାଇ ସ୍ଥାନୀୟ ପୋଲିସ ଓ ସିଆର୍ପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରାଯାଇଛି। ଏ ନେଇ ଗୁରୁବାର ସିଆର୍ପିଏଫ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ମାଓବାଦୀମାନେ ଗନ୍ଧୋରୀଙ୍କ ଘରକୁ […] The post ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ appeared first on Dharitri Odia News.
ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା ଗୁଦଡ଼ୀ ଥାନା ବୁରୁଗୁଲିକେରା ଗ୍ରାମର ଗନ୍ଧୋରୀ ବୁଡ଼(୬୦) ଓ ତାଙ୍କ ପୁଅ ରାଜେଶ ବୁଡ଼(୩୫)।
ଖବର ପାଇ ସ୍ଥାନୀୟ ପୋଲିସ ଓ ସିଆର୍ପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରାଯାଇଛି। ଏ ନେଇ ଗୁରୁବାର ସିଆର୍ପିଏଫ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ମାଓବାଦୀମାନେ ଗନ୍ଧୋରୀଙ୍କ ଘରକୁ ଯାଇ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେମାନେ ମୃତା ବୃଦ୍ଧାଙ୍କ ସ୍ବାମୀ ସୁଖରାମ ବୁଡ଼ ଓ ସାନପୁଅ ଦୁନୁ ବୁଡ଼ଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସୁଖରାମ ଓ ଦୁନୁଙ୍କୁ ବଞ୍ଚାଇବାକୁ ଯାଇ ରାଜେଶ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଏବଂ ପ୍ରାଣ କରାଇଥିଲେ। ତେବେ ମୃତ ରାଜେଶଙ୍କ ନାମରେ ଗୋଇଲକେରା ଥାନାରେ ଦୁଇଟି ଆପରାଧିକ ମାମଲା ରହିଥିବା ଜଣାପଡିଛି। ଏହି ଘଟଣା ପରେ ସୁରକ୍ଷାବଳ ପକ୍ଷରୁ କୋମ୍ବିଂ ଅପରେଶନ ଜୋରଦାର କରାଯାଇଛି।
The post ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ appeared first on Dharitri Odia News.