ବାଲୁକା କଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା
ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ବୁଧବାର ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ବାଗତ କରାଯାଇଛି। ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକା କଳା ମାଧ୍ୟମରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ମୁଖମଣ୍ଡଳର ପ୍ରତିକୃତି ବନାଇବା ସହ ସେଥିରେ ରଙ୍ଗ ଦେଇ ତାଙ୍କୁ ସ୍ବାଗତ ଜଣାଇଛନ୍ତି। […] The post ବାଲୁକା କଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା appeared first on Dharitri Odia News.
ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ବୁଧବାର ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ବାଗତ କରାଯାଇଛି। ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକା କଳା ମାଧ୍ୟମରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ମୁଖମଣ୍ଡଳର ପ୍ରତିକୃତି ବନାଇବା ସହ ସେଥିରେ ରଙ୍ଗ ଦେଇ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ବେଳାଭୂମିଙ୍କୁ ଆସୁଥିବା ପର୍ଯ୍ୟଟକଙ୍କ ଉକ୍ତ ବାଲୁକା କଳା ପ୍ରତି ଦୃଷ୍ଟି ଆକର୍ଷଣ କରିଛି। ଯୁବ ବାଲୁକା ଶିଳ୍ପୀଙ୍କ ଏପରି ଆକର୍ଷଣୀୟ କଳାକୁ
ବିଭିନ୍ନ ମହଲାରୁ ଉଚ୍ଚ ପ୍ରଶଂସା କରାଯାଇଛି।
The post ବାଲୁକା କଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା appeared first on Dharitri Odia News.