ବାପାଙ୍କ ଦଶାହ କାର୍ଡ ବାଣ୍ଟିବାକୁ ଯାଇଥିଲେ: ଘରକୁ ଫେରିବା ବେଳେ ଧକ୍କା ଦେଲା କାର୍, ଆଉ ତା’ପରେ…
ବରପାଲି,୧୫।୫(ଚିତ୍ତରଞ୍ଜନ ସାହୁ): ବାପାଙ୍କ ଦଶାହ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିବା ବେଳେ ବରପାଲି ନିକଟ ମହଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ ବାଇକ୍କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୁ ସା(୩୫)। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ବରପାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି। ପୋଲିସ ଗାଡିଦ୍ୱୟକୁ ଜବତ କରି ଏକ ମାମଲା ରୁଜୁ କରିଛି। […] The post ବାପାଙ୍କ ଦଶାହ କାର୍ଡ ବାଣ୍ଟିବାକୁ ଯାଇଥିଲେ: ଘରକୁ ଫେରିବା ବେଳେ ଧକ୍କା ଦେଲା କାର୍, ଆଉ ତା’ପରେ… appeared first on Dharitri Odia News.
ବରପାଲି,୧୫।୫(ଚିତ୍ତରଞ୍ଜନ ସାହୁ): ବାପାଙ୍କ ଦଶାହ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିବା ବେଳେ ବରପାଲି ନିକଟ ମହଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ ବାଇକ୍କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୁ ସା(୩୫)।
ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ବରପାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି। ପୋଲିସ ଗାଡିଦ୍ୱୟକୁ ଜବତ କରି ଏକ ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ମୁତାବକ, ବରପାଲି ଥାନା ବନ୍ଧୁମୁଣ୍ଡା ଗ୍ରାମର ମାନୁଙ୍କ ବାପା ଛାଲ ସାଙ୍କ ଦେହାନ୍ତର ଗୁରୁବାର ଥିଲା ନବମ ଦିବସ। ଏହିଦିନ ମାନୁ ଏବଂ ସମ୍ପର୍କୀୟ ସୁମନ୍ତ ସା(୪୫) ଦଶାହ କାର୍ଯ୍ୟ ପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟି ଗାଁକୁ ବାଇକ୍ ଯୋଗେ ଫେରୁଥିବା ବେଳେ ମହଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ ବାଇକ୍କୁ ଧକ୍କା ଦେଇଥିଲା।
ସ୍ଥାନୀୟ ଲୋକେ ଉଭୟ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବରପାଲି ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ମାନୁଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ସୁମନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
The post ବାପାଙ୍କ ଦଶାହ କାର୍ଡ ବାଣ୍ଟିବାକୁ ଯାଇଥିଲେ: ଘରକୁ ଫେରିବା ବେଳେ ଧକ୍କା ଦେଲା କାର୍, ଆଉ ତା’ପରେ… appeared first on Dharitri Odia News.