ହାତ ଧରାଧରି ହୋଇ ଚାଲିଗଲେ ଦୁଇ ସାଙ୍ଗ
ଗୋପାଳପୁର,୯।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚମା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ନାବାଳକ ସାଙ୍ଗ ହାତ ଧରା ଧରି ହୋଇ ଜଳ ସମାଧି ହୋଇଯାଇଥିଲେ। ମୃତକମାନେ ହେଲେ ଆଦିତ୍ୟ ସେଠୀ(୧୧) ଓ ସୋମ୍ୟ ପ୍ରଧାନ (୧୨) ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ଗୋଳନ୍ଥରା ଥାନା ଅଧିନସ୍ଥ ପଞ୍ଚମା ଗ୍ରାମର ଆଦିତ୍ୟ, ସୋମ୍ୟ ଓ ଅନ୍ୟ ମାନେ ସାଙ୍ଗମାନେ ଗଣେଶ ପୂଜା କରିଥିଲେ l ସୋମବାର ମଧ୍ୟାହ୍ନ […] The post ହାତ ଧରାଧରି ହୋଇ ଚାଲିଗଲେ ଦୁଇ ସାଙ୍ଗ appeared first on Dharitri Odia News.
ଗୋପାଳପୁର,୯।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚମା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ନାବାଳକ ସାଙ୍ଗ ହାତ ଧରା ଧରି ହୋଇ ଜଳ ସମାଧି ହୋଇଯାଇଥିଲେ। ମୃତକମାନେ ହେଲେ ଆଦିତ୍ୟ ସେଠୀ(୧୧) ଓ ସୋମ୍ୟ ପ୍ରଧାନ (୧୨) ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ଗୋଳନ୍ଥରା ଥାନା ଅଧିନସ୍ଥ ପଞ୍ଚମା ଗ୍ରାମର ଆଦିତ୍ୟ, ସୋମ୍ୟ ଓ ଅନ୍ୟ ମାନେ ସାଙ୍ଗମାନେ ଗଣେଶ ପୂଜା କରିଥିଲେ l ସୋମବାର ମଧ୍ୟାହ୍ନ ସମୟରେ ଆଦିତ୍ୟ, ସୋମ୍ୟ ଓ ଅନ୍ୟ ସାଙ୍ଗମାନେ ଗଣେଶ ମୂର୍ତ୍ତିକୁ ନେଇ ଗ୍ରାମଥିବା ଏକ ପୋଖରୀ ବିସର୍ଜନ କରି ଘରକୁ ଫେରିଥିଲେ। ପୁଣି କିଛି ସମୟ ପରେ ଆଦିତ୍ୟ ଓ ସୋମ୍ୟ ପୋଖରୀକୁ ଯାଇ କୌଣସିବଶତଃ ପାଣିରେ ବୁଡି ଯାଇଥିଲେ। ଦୁଇ ଘଣ୍ଟା ପର୍ଯ୍ୟନ୍ତ ଘରକୁ ନ ଆସିବା ଫଳରେ ପରିବାର ଲୋକ ଓ ଗ୍ରାମବାସୀ ପୋଖରୀ ନିକଟରେ ପହଞ୍ଚିଥିଲେ। ପୋଖରୀରେ ବହୁ ଖୋଜାଖୋଜି କରି ଉଭୟ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଦିତ୍ୟକୁ ରଣ୍ଢା ନିକଟରେ ଏକ ଘରେଇ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସୋମ୍ୟକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।
ଉଭୟକୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଆଦିତ୍ୟ ଓ ସୋମ୍ୟ ଷଷ୍ଠ ଶ୍ରେଣୀରେ ଗୋଳନ୍ଥରା ଚଟି ସ୍ଥିତରେ ଏକ ଘରୋଇ ବିଦ୍ୟାଳୟ ଅଧ୍ୟୟନ କରୁଥିବା ଜଣା ପଡିଛି। ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟ ପୋଲିସ ଅଧିକାରୀ ମେଡିକାଲରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠେଇଥିଲେ। ଏ ଭଳି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛିl ସନ୍ଧ୍ୟାରେ ଆଦିତ୍ୟ ଓ ସୋମ୍ୟଙ୍କ ମୃତଦେହକୁ ବ୍ୟବଛେଦ କରି ପୋଲିସ ପରିବାର ଲୋକକୁ ହସ୍ତାନ୍ତର କରିଛି l ପରିବାର ପକ୍ଷ୍ୟରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନା କେଶ ନମ୍ବର ୪୦,୪୧/୨୪ରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଭୟ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।
The post ହାତ ଧରାଧରି ହୋଇ ଚାଲିଗଲେ ଦୁଇ ସାଙ୍ଗ appeared first on Dharitri Odia News.