ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ

ଦେବଗଡ,୨୭।୫(ଶଶାଙ୍କ ଶେଖର ଝାଙ୍କର): ସାମାଜିକ ବାସନ୍ଦ ଭୟରେ ଛୁଇଁଲେ ନିଜ ଆତ୍ମୀୟଙ୍କ ମୃତଦେହ । ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଆଜି ଏକ ଅଭାବନୀୟ ଘଟଣା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଂଚାୟତ ସଦର ମହକୁମାରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କିଛିବର୍ଷ ପୂର୍ବେ ବଳମ ଗ୍ରାମର ଛବିଳ ବଂଶାଳି ଅନ୍ୟ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଫଳରେ ତାଙ୍କର ଜାତି ସମାଜ […] The post ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ appeared first on Dharitri Odia News.

ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ

ଦେବଗଡ,୨୭।୫(ଶଶାଙ୍କ ଶେଖର ଝାଙ୍କର): ସାମାଜିକ ବାସନ୍ଦ ଭୟରେ ଛୁଇଁଲେ ନିଜ ଆତ୍ମୀୟଙ୍କ ମୃତଦେହ । ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଆଜି ଏକ ଅଭାବନୀୟ ଘଟଣା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଂଚାୟତ ସଦର ମହକୁମାରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କିଛିବର୍ଷ ପୂର୍ବେ ବଳମ ଗ୍ରାମର ଛବିଳ ବଂଶାଳି ଅନ୍ୟ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଫଳରେ ତାଙ୍କର ଜାତି ସମାଜ ତାଙ୍କୁ ବାସନ୍ଦ କରିବାସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରୁ ତାଙ୍କୁ ବାରଣ ପାଇଁ କଟକଣା ଲାଗୁ କରିଥିଲା। କୌଣସି କାରଣରୁ ଛବିଳଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ସାମାଜିକ ବାସନ୍ଦ ଏବଂ କଟକଣା ଯୋଗୁ ଶବ ସଂସ୍କର କରିବା ଦୂରର କଥା ମୃତଦେହ ନିକଟକୁ ମଧ୍ୟ କୌଣସି ଆତ୍ମୀୟସ୍ବଜନ ଆସିନଥିଲେ ।ଫଳରେ ସନ୍ଧ୍ୟା ପର୍ଯ୍ୟନ୍ତ ଘର ଭିତରେ ଛବିଳଙ୍କ ମୃତଦେହ ପଡିରହିଥିଲା। ଏନେଇ ସୂଚନା ପାଇବାପରେ ଜଣାଶୁଣା ସାମାଜିକ କର୍ମୀ ତଥା ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ, ବଳମ ସରପଂଚଙ୍କ ସୱାମୀ ଲିଙ୍ଗରାଜ ହାତୀ ଓ ଶ୍ରୀଧର ନାମକ ଅନ୍ୟଜଣେ ଯୁବକ ଛବିଳଙ୍କ ମୃତଦେହ ହୀରାଲାଲ ସାହୁଙ୍କ ଭ୍ୟାନ ଯୋଗେ ଶ୍ମଶାନକୁ ନେବାସହ ସେଠାରେ ଅନ୍ତିମ ସଂସ୍କାର କରିଥିଲେ।

The post ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ appeared first on Dharitri Odia News.