ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିର କଳାକାହାଣୀ । ବେହିସାବ ଶୋଷଣ, ଦିଆଯାଉଛି ଯୌନ ନିର୍ଯାତନା ।

କନକ ବ୍ୟୁରୋ: ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିରେ ହଇଚଇ । ଚାଲିଛି ବଡ଼ଧରଣର ଶୋଷଣ । ଜଷ୍ଟିସ ହେମା କମିଟି ରିପୋର୍ଟରେ ଖୁଲାସ । ଚକାଚକ, ରଙ୍ଗୀନ ଦୁନିଆ ସିନେ ଦୁନିଆ । ଏହି ଦୁନିଆ ଯେତିକି ମନୋରଞ୍ଜନ କରେ ସେତିକି ବିବାଦ ଭିତରେ ବି ରୁହେ ।ଏବେ ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିକୁ ନେଇ ବଡ଼ ଖବର ଆସୁଛି । ଏଠାକୁ କ୍ୟାରିୟର କରିବାକୁ ଆସୁଥିବା ଝିଅ, ମହିଳାଙ୍କ ସହ କରାଯାଉଛି ବେହିସାବ ଯୌନଶୋଷଣ , କାଷ୍ଟିଂ କାଉଚ […] The post ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିର କଳାକାହାଣୀ । ବେହିସାବ ଶୋଷଣ, ଦିଆଯାଉଛି ଯୌନ ନିର୍ଯାତନା । first appeared on Kanak News.

ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିର କଳାକାହାଣୀ । ବେହିସାବ ଶୋଷଣ, ଦିଆଯାଉଛି ଯୌନ ନିର୍ଯାତନା ।

କନକ ବ୍ୟୁରୋ: ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିରେ ହଇଚଇ । ଚାଲିଛି ବଡ଼ଧରଣର ଶୋଷଣ । ଜଷ୍ଟିସ ହେମା କମିଟି ରିପୋର୍ଟରେ ଖୁଲାସ । ଚକାଚକ, ରଙ୍ଗୀନ ଦୁନିଆ ସିନେ ଦୁନିଆ । ଏହି ଦୁନିଆ ଯେତିକି ମନୋରଞ୍ଜନ କରେ ସେତିକି ବିବାଦ ଭିତରେ ବି ରୁହେ ।ଏବେ ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିକୁ ନେଇ ବଡ଼ ଖବର ଆସୁଛି । ଏଠାକୁ କ୍ୟାରିୟର କରିବାକୁ ଆସୁଥିବା ଝିଅ, ମହିଳାଙ୍କ ସହ କରାଯାଉଛି ବେହିସାବ ଯୌନଶୋଷଣ , କାଷ୍ଟିଂ କାଉଚ ଓ ଦିଆଯାଉଛି ଅକଥନୀୟ ମାନସିକ ନିର୍ଯ୍ୟାତନା । ଜଷ୍ଟିସ ହେମା କମିଶନ କମିଟି ରିପୋର୍ଟରେ ଏହି ଖୁଲାସା ହୋଇଛି ।

ଜଷ୍ଟିସ ହେମା କମିଶନ ରିପୋର୍ଟ
ନର୍କ ପାଲଟିଛି ମାଲାୟାଲମ ସିନେଇଣ୍ଡଷ୍ଟ୍ରି

-କମିଟି ୨୩୫ ପୃଷ୍ଠାର ରିପୋର୍ଟକୁ ସାର୍ବଜନୀନ
-ଅଭିନୟ ପାଇଁ ସିନେ ଇଣ୍ଡଷ୍ଟ୍ରିରେ ଚାଲିଛି ବଡ଼ଧରର ସେକ୍ସ ସ୍କାଣ୍ଡାଲ
-ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଚଳାଉଛନ୍ତି ରାକେଟ
-ଶାରିରୀକ ସମ୍ପର୍କ ରଖିବାକୁ ମହିଳା,ଝିଅଙ୍କୁ ବାଧ୍ୟ କରାଯାଉଛି
-ଡିଲ ଫାଇନାଲ ହେଲେ କୋଡ ନେମ ମିଳୁଛି
-ଡିଲରେ ରାଜି ନହେଲେ ଇଣ୍ଡଷ୍ଟ୍ରିରୁ ବାହାର କରିଦିଆଯାଉଛି
-ଦୁର୍ବ୍ୟବହାର, ଯୌନ ଶୋଷଣ, ଉତ୍ପୀଡ଼ନ ଚାଲିଛି
-ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ମୁହଁ ଖୋଲୁନାହାଁନ୍ତି ପୀଡ଼ିତା

ଅନୁସାରେ କେରଳ ସିନେ ଇଣ୍ଡଷ୍ଟ୍ରିରେ ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ୨୦୧୭ରେ ଏକ କମିଟି ଗଠନ କରିଥିଲେ । କମିଟିର ସଦସ୍ୟ ଥିଲେ ଅବସରପ୍ରାପ୍ତ ବିଚାରପତି କେ.ହେମା, ଆଇଏଏସ ଅଧିକାରୀ କେ.ବ ଭଲସାଲା କୁମାର ଓ ଶ୍ରଦ୍ଧା । ୨୦୧୯ରେ ରାଜ୍ୟ ସରକାରଙ୍କୁ କମିଟି ରିପୋର୍ଟ ହସ୍ତାନ୍ତର କରିଥିଲା । ଆଶ୍ଚର୍ଯ୍ୟର ବିଷୟ ହେଉଛି ରିପୋର୍ଟ ୫ ବର୍ଷ ପୁରୁଣା ହୋଇଥିଲେ ବି ଏବେ ଏହାକୁ ସାର୍ବଜନୀନ କରାଯାଇଛି । ଜଣେ ଆରଟିଆଇ କର୍ମୀ ଆବେଦନ କରିବା ପରେ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରିଛନ୍ତି ।

ଘଟଣା ପରେ କେରଳ ସଂସ୍କୃତି ମନ୍ତ୍ରୀ ସାଜି ଚରିୟନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ରିପୋର୍ଟକୁ ସରକାର ଗମ୍ଭୀରତା ସହ ଗ୍ରହଣ କରିଛନ୍ତି ଓ ଦୁଇମାସ ମଧ୍ୟରେ ସିନେ ଇଣ୍ଡଷ୍ଟ୍ରି ସମସ୍ୟାର ସମାଧାନ ଦିଗରେ କାମ କରାଯିବ ବୋଲି କହିଛନ୍ତି । ସେପଟେ କେରଳ ସରକାରଙ୍କ ଉପରେ ଅଭିଯୋଗ ଆଣିଛି କଂଗ୍ରେସ। ରିପୋର୍ଟକୁ ଚପାଇବାକୁ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର ଓ ମହିଳାଙ୍କ ସୁରକ୍ଷା ପ୍ରତି ବିଜୟନ ସରକାର କେତେ ସଜାଗ ସେନେଇ ଦଳ ପ୍ରଶ୍ନ ମଧ୍ୟ କରିଛି ।

The post ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିର କଳାକାହାଣୀ । ବେହିସାବ ଶୋଷଣ, ଦିଆଯାଉଛି ଯୌନ ନିର୍ଯାତନା । first appeared on Kanak News.