ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା!
ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ ବିଲକିସ ବାନୋ ମାମଲାରେ ଜଡିତ ଦୋଷୀଙ୍କୁ ମୁକ୍ତ କରିବାର ଆଦେଶର ସମିକ୍ଷା ପାଇଁ ଆବେଦନ କରାଯାଇଥିଲା। ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଉଜ୍ୱଲ ଭୁୟାଁଙ୍କ ଏକ ବେଞ୍ଚ ମଧ୍ୟ ଖୋଲା କୋର୍ଟରେ ସମୀକ୍ଷା ଆବେଦନ ତାଲିକାଭୁକ୍ତ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। କୋର୍ଟ କହିଛନ୍ତି ଯେ ଆମେ ସମୀକ୍ଷା ଆବେଦନ, […] The post ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା! appeared first on Dharitri Odia News.
ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ ବିଲକିସ ବାନୋ ମାମଲାରେ ଜଡିତ ଦୋଷୀଙ୍କୁ ମୁକ୍ତ କରିବାର ଆଦେଶର ସମିକ୍ଷା ପାଇଁ ଆବେଦନ କରାଯାଇଥିଲା।
ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଉଜ୍ୱଲ ଭୁୟାଁଙ୍କ ଏକ ବେଞ୍ଚ ମଧ୍ୟ ଖୋଲା କୋର୍ଟରେ ସମୀକ୍ଷା ଆବେଦନ ତାଲିକାଭୁକ୍ତ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। କୋର୍ଟ କହିଛନ୍ତି ଯେ ଆମେ ସମୀକ୍ଷା ଆବେଦନ, ଚ୍ୟାଲେଞ୍ଜ ହୋଇଥିବା ଆଦେଶ ଏବଂ ଏଥିରେ ସଂଲଗ୍ନ ହୋଇଥିବା ଦଲିଲଗୁଡ଼ିକୁ ଯତ୍ନର ସହ ବିଚାର କରିଛୁ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଦଲିଲକୁ ଅନୁଧ୍ୟାନ କରିବା ପରେ, ଆମେ ସନ୍ତୁଷ୍ଟ ଯେ ରେକର୍ଡରେ କୌଣସି ତ୍ରୁଟି ନାହିଁ କିମ୍ବା ସମୀକ୍ଷା ଆବେଦନଗୁଡ଼ିକରେ କୌଣସି ଯୋଗ୍ୟତା ନାହିଁ ଯାହା ଆଦେଶର ପୁନର୍ବିଚାର କରିବାକୁ ଆବଶ୍ୟକ କରେ। ବେଞ୍ଚ କହିଛନ୍ତି ଯେ ତେଣୁ ସମୀକ୍ଷା ଆବେଦନଗୁଡିକ ଖାରଜ କରାଯାଇଛି।
ଗୁଜୁରାଟ ସରକାର ତାଙ୍କ ଆବେଦନରେ କହିଛନ୍ତି ଯେ ସୁପ୍ରିମକୋର୍ଟ ଜାନୁଆରୀ ୮ରେ ଦୋଷୀମାନଙ୍କ ସହିତ ମିଶି କାର୍ଯ୍ୟ କରିଛି ବୋଲି ଯାହା କହିଥିଲେ ତାହା ଠିକ ନୁହେଁ। କୋର୍ଟର ଏହି ମନ୍ତବ୍ୟ ଅନୁପଯୁକ୍ତ। ତେବେ ରାଜ୍ୟ ସରକାରଙ୍କ ଏହି ଯୁକ୍ତିରେ ସୁପ୍ରିମକୋର୍ଟ ସହମତ ବ୍ୟକ୍ତ କରି ନାହାଁନ୍ତି।
The post ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା! appeared first on Dharitri Odia News.