ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା ,୧୪।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ସେକ୍ସନ ବେଲସରେଇ ଗ୍ରାମର ସୁଶୀଲ ମହାନ୍ତଙ୍କ ପରିବା ବଗିଚାରୁ ମଙ୍ଗଳବାର ସକାଳୁ ଏକ ଆହତ ହରିଣକୁ ବନ ବିଭାଗ ଉଦ୍ଧାର କରି ଚିକିତ୍ସା କରୁଥିବା ସମୟରେ ହରିଣଟିର ମୃତ୍ୟୁ ହୋଇଛି। ହରିଣଟି ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଚାଲି ଆସିଥିବାବେଳେ ବୁଲା କୁକୁର ଆକ୍ରମଣ ର ଶିକାର ହୋଇଥିଲା। କୁକୁର ଆକ୍ରମଣରେ ହରିଣଟି ଆହତ ହୋଇଥିଲା। ବନ ବିଭାଗ ଆହତ ହରିଣକୁ ବଡ଼ବିଲ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରୁଥିବା […] The post ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ appeared first on Dharitri Odia News.

ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା ,୧୪।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ସେକ୍ସନ ବେଲସରେଇ ଗ୍ରାମର ସୁଶୀଲ ମହାନ୍ତଙ୍କ ପରିବା ବଗିଚାରୁ ମଙ୍ଗଳବାର ସକାଳୁ ଏକ ଆହତ ହରିଣକୁ ବନ ବିଭାଗ ଉଦ୍ଧାର କରି ଚିକିତ୍ସା କରୁଥିବା ସମୟରେ ହରିଣଟିର ମୃତ୍ୟୁ ହୋଇଛି। ହରିଣଟି ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଚାଲି ଆସିଥିବାବେଳେ ବୁଲା କୁକୁର ଆକ୍ରମଣ ର ଶିକାର ହୋଇଥିଲା। କୁକୁର ଆକ୍ରମଣରେ ହରିଣଟି ଆହତ ହୋଇଥିଲା। ବନ ବିଭାଗ ଆହତ ହରିଣକୁ ବଡ଼ବିଲ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ଘଟିଛି। ମୃତ ହରିଣକୁ ସାହାରପଡା ସେକ୍ସନ କାର୍ଯ୍ୟାଳୟରେ ପୋତି ଦିଆଯାଇଥିବା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି।

The post ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ appeared first on Dharitri Odia News.