ଭାଜପାର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଗୋପାଳପୁର,୧୪ା୮(ନବୀନ ରାଜ ଆଚାରୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭାଜପା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଗୋପାଳପୁର ନିର୍ବାଚନମଣ୍ଡଳୀରେ ବୁଧବାର ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଖଣି, ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା, ରାଜ୍ୟ ଯୁବ ମୋର୍ଚ୍ଚାର ସମ୍ପାଦକ ଟୁଟୁନ ପାତ୍ର, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରବି […] The post ଭାଜପାର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା appeared first on Dharitri Odia News.
ଗୋପାଳପୁର,୧୪ା୮(ନବୀନ ରାଜ ଆଚାରୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭାଜପା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଗୋପାଳପୁର ନିର୍ବାଚନମଣ୍ଡଳୀରେ ବୁଧବାର ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଖଣି, ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା, ରାଜ୍ୟ ଯୁବ ମୋର୍ଚ୍ଚାର ସମ୍ପାଦକ ଟୁଟୁନ ପାତ୍ର, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରବି ରାଓ, ସୋମନାଥ ପାତ୍ର, ବରିଷ୍ଠ ନେତା ବନମାଳୀ ସେଠୀ, ସୁନୀଲ ପାତ୍ର ବିନୋଦ ମିଶ୍ର, ରଜତ ପଣ୍ଡିତ, ଜିଲା ଯୁବ ମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର, ଗୌରୀ ସାମନ୍ତରାୟ, ଅନ୍ୟ ନେତା ପ୍ରମୁଖ ଗୋଳନ୍ଥରାସ୍ଥିତ ଇଶାନେଶ୍ୱର ମନ୍ଦିରଠାରୁ ତ୍ରିରଙ୍ଗା ଯାତ୍ରା ନେଇ ଶତାଧିକ ମୋଟର ସାଇକେଲ ରାଲି ବାହାରି କନିସି, ଲାଞ୍ଜିପୁଲ୍ଲୀ, ଆଙ୍କୁଲି ଡୁରା, କରାପୁଲୀ ଦେଇ ଗୋପାଳପୁର ମୋତିଆଲାମ୍ମା ମନ୍ଦିରଠାରେ ଶେଷ ହୋଇଥିଲା। ଘରେ ଘରେ ତ୍ରିରଙ୍ଗା ସହ ରାଷ୍ଟ୍ରୀୟ ଭକ୍ତିର ଜାଗରଣ ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲାର ବିଭିନ୍ନ ବିଧାନସଭା ମଣ୍ଡଳୀ କାର୍ଯ୍ୟକ୍ରମ ଜାରି ରହିଛି l ଏହି ଅବସରରେ ଯୁବନେତା ଗୋପୀନାଥ ମହାରଣା,ଗଙ୍ଗାଧର ଶତପଥୀ, ପ୍ରଦୀପ ପଟ୍ଟନାୟକ, ମୋନଜ ନାୟକ,ଦୁର୍ଯ୍ୟୋଧନ ସେଠୀ,ସଞ୍ଜୟ ନାୟକ, ଅଶ୍ୱିନୀ କୁମାର ପାତ୍ର, ଦୀପକ କୁମାର ଜେନା, ଶିବ ପ୍ରସାଦ ଦଳେଇ, ଅଜିତ କୁମାର ଦଳେଇ, ବି.ସୋମନାଥ ପାତ୍ରଙ୍କ ସମେତ ହଜାରେରୁ ଅଧିକ ଭାଜପା କର୍ମୀ ଉପସ୍ଥିତ ଥିଲେ।
The post ଭାଜପାର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା appeared first on Dharitri Odia News.