୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ…
ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି, ସେମାନଙ୍କୁ ଆଇନା ଦେଖାଇବା ପାଇଁ ଛିଡ଼ା ହୋଇଛି। ଅପରେସନ ସିନ୍ଦୂର ସମୟରେ ଦେଶବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ସେ ଋଣୀ। ତେବେ ୨୨ ଏପ୍ରିଲର ଆକ୍ରମଣର ପ୍ରତିଶୋଧ ୨୨ ମିନିଟ ମଧ୍ୟରେ ନିଆଯାଇଥିଲା […] The post ୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି, ସେମାନଙ୍କୁ ଆଇନା ଦେଖାଇବା ପାଇଁ ଛିଡ଼ା ହୋଇଛି। ଅପରେସନ ସିନ୍ଦୂର ସମୟରେ ଦେଶବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ସେ ଋଣୀ। ତେବେ ୨୨ ଏପ୍ରିଲର ଆକ୍ରମଣର ପ୍ରତିଶୋଧ ୨୨ ମିନିଟ ମଧ୍ୟରେ ନିଆଯାଇଥିଲା ବୋଲି ମୋଦି କହିଛନ୍ତି।
ପିଏମ୍ ଆହୁରି କହିଛନ୍ତି ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଘଟଣା, ଯେଉଁଠାରେ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି ମାରିଥିଲେ, ଏହା ଥିଲା ନିର୍ମମତାର ଚରମ ସୀମା। ଏହା ଭାରତକୁ ହିଂସାର ନିଆଁରେ ଜଳାଇବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଦେଶବାସୀଙ୍କ ଏକତା ସହିତ ଏହି ଷଡ଼ଯନ୍ତ୍ରକୁ ବିଫଳ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିଏମ କହିଛନ୍ତି ଯେ ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ୨୨ ଏପ୍ରିଲ ପରେ ସେ ବିଦେଶରୁ ଫେରି ଏକ ବୈଠକ ଡାକି ଆତଙ୍କବାଦକୁ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେନାକୁ କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା। ସେମାନେ ନିଷ୍ପତ୍ତି ନେଇଥିଲେ କେବେ, କେଉଁଠାରେ ଓ କିପରି ଜବାବ ଦେବେ। ଆତଙ୍କବାଦୀମାନଙ୍କୁ ଏଭଳି ଶାସ୍ତି ଦିଆଯାଇଛି ଯେ ସେମାନଙ୍କ ମୁଖିଆମାନଙ୍କ ନିଦ ହଜିଛି।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାକୁ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନର ଆଶଙ୍କା ହୋଇଥିଲା। ପାକିସ୍ତାନ ପକ୍ଷରୁ ପରମାଣୁ ଧମକ ମଧ୍ୟ ଆସିଥିଲା। କିନ୍ତୁ ୬ ମେ’ ରାତି ଓ ୭ ମେ’ ସକାଳେ ଭାରତୀୟ ସେନା ନିର୍ଦ୍ଧାରିତ ଲକ୍ଷ୍ୟ ସହିତ ୨୨ ମିନିଟ ମଧ୍ୟରେ ପ୍ରତିଶୋଧ ନେଇଥିଲା। ପାକିସ୍ତାନର ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ବାହାବଲପୁର ପର୍ଯ୍ୟନ୍ତ ଧ୍ୱଂସ କରାଯାଇଥିଲା। ପାକିସ୍ତାନର ପରମାଣୁ ଧମକକୁ ଭାରତ ମିଛ ପ୍ରମାଣିତ କରିଛି। ଭାରତ ଦେଖାଇ ଦେଇଛି ଯେ ଏଭଳି ବ୍ଲାକମେଲିଂ ଆଗକୁ ଚାଲିବ ନାହିଁ ଏବଂ ଭାରତ ଏହା ଆଗରେ ମୁଣ୍ଡ ନୁଆଇବ ନାହିଁ ବୋଲି ସେ କହିଛନ୍ତି।
The post ୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ… appeared first on Dharitri Odia News.