ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୧୩ା୧: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଜବତ ହୋଇଛି। ଛାତ୍ରୀ ଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବାବେଳେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ। ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ବାଇଁ। ସେ ରହୁଥିବା ରୁମ୍‌ରେ ୩ ଜଣଙ୍କ ମଧ୍ୟରୁ ଅନ୍ୟ ୨ ଜଣ ଛୁଟିରେ ଗାଁକୁ ଯାଇଛନ୍ତି। ତେବେ ଉତ୍କଳିକାଙ୍କ ମୃତ୍ୟୁ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […] The post ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ appeared first on Dharitri Odia News.

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ  ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୧୩ା୧: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଜବତ ହୋଇଛି। ଛାତ୍ରୀ ଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବାବେଳେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ। ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ବାଇଁ। ସେ ରହୁଥିବା ରୁମ୍‌ରେ ୩ ଜଣଙ୍କ ମଧ୍ୟରୁ ଅନ୍ୟ ୨ ଜଣ ଛୁଟିରେ ଗାଁକୁ ଯାଇଛନ୍ତି। ତେବେ ଉତ୍କଳିକାଙ୍କ ମୃତ୍ୟୁ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି।

ଉତ୍କଳିକା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତ ଉତ୍କଳିକାଙ୍କ ପରିବାର ଲୋକେ ପହଞ୍ଚିଥିବାବେଳେ ଝିଅ କାହିଁକି ଏପରି ନିଷ୍ପତ୍ତି ନେଲେ ସେନେଇ କିଛି କହିନାହାନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।

The post ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ appeared first on Dharitri Odia News.