କର୍ନାଟକ କଂଗ୍ରେସରେ ଫାଟ! କହୁକହୁ କହିଦେଲେ DK Shivakumar , ଏବେ ଭଗବାନ ବଦଳେଇପାରିବେନି ବେଙ୍ଗାଲୁରୁ ସ୍ଥିତି
ବେଙ୍ଗାଲୁରୁ,୨୧।୨: କର୍ନାଟକ କଂଗ୍ରେସରେ ଫାଟ! କର୍ନାଟକର ଉପମୁଖ୍ୟମନ୍ତ୍ରୀ DK Shivakumar ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝହ ସୃଷ୍ଟି ହୋଇଛି। ତାଙ୍କ ବୟାନ ପରେ ରାଜ୍ୟର ଶାସକ କଂଗ୍ରେସ ସରକାରଙ୍କୁ ସମାଲୋଚନା ହେବାକୁ ପଡିଛି। ଶିବକୁମାର କହିଛନ୍ତି, ଭଗବାନ ଚାହିଁଲେ ବି ବେଙ୍ଗାଲୁରୁ ସ୍ଥିତି କି ବଦଳେଇଦେଇ ପାରିବେ ନାହିଁ। ଏହି ବୟାନ ପରେ ସାରା ରାଜ୍ୟ ଉଠୁଛି ପଡୁଛି। ଦିନକୁ ଦିନ ଅତିଷ୍ଟ ହେବାରେ ଲାଗିଛି ବେଙ୍ଗାଲୁରୁ ଟ୍ରାଫିକ ସମସ୍ୟା […] The post କର୍ନାଟକ କଂଗ୍ରେସରେ ଫାଟ! କହୁକହୁ କହିଦେଲେ DK Shivakumar , ଏବେ ଭଗବାନ ବଦଳେଇପାରିବେନି ବେଙ୍ଗାଲୁରୁ ସ୍ଥିତି appeared first on Dharitri Odia News.
ବେଙ୍ଗାଲୁରୁ,୨୧।୨: କର୍ନାଟକ କଂଗ୍ରେସରେ ଫାଟ! କର୍ନାଟକର ଉପମୁଖ୍ୟମନ୍ତ୍ରୀ DK Shivakumar ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝହ ସୃଷ୍ଟି ହୋଇଛି। ତାଙ୍କ ବୟାନ ପରେ ରାଜ୍ୟର ଶାସକ କଂଗ୍ରେସ ସରକାରଙ୍କୁ ସମାଲୋଚନା ହେବାକୁ ପଡିଛି। ଶିବକୁମାର କହିଛନ୍ତି, ଭଗବାନ ଚାହିଁଲେ ବି ବେଙ୍ଗାଲୁରୁ ସ୍ଥିତି କି ବଦଳେଇଦେଇ ପାରିବେ ନାହିଁ। ଏହି ବୟାନ ପରେ ସାରା ରାଜ୍ୟ ଉଠୁଛି ପଡୁଛି।
ଦିନକୁ ଦିନ ଅତିଷ୍ଟ ହେବାରେ ଲାଗିଛି ବେଙ୍ଗାଲୁରୁ ଟ୍ରାଫିକ ସମସ୍ୟା । ଯାହାକୁ ନେଇ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏହାକୁ ନେଇ ଏବେ ଖୋଦ୍ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ଏକ ଅଭିଭାଷଣରେ କହୁ କହୁ ଶିବକୁମାର କହିଦେଇଥିଲେ ଯେ, ଭଗବାନଙ୍କ ଦୈବୀ ହସ୍ତକ୍ଷେପ ପରେ ବି ରାତାରାତି ବେଙ୍ଗାଲୁରୁର ବଢ଼ୁଥିବା ଟ୍ରାଫିକ ଏବଂ ଭିତ୍ତିଭୂମି ସମସ୍ୟାର ସମାଧାନ କରାଯାଇପାରିବ ନାହିଁ । ଯାହାକୁ ସୋସିଆଲ ମିଡିଆରେ ଅନେକ ସମାଲୋଚନା କରିଥିବା ବେଳେ, ବିଳମ୍ବିତ ପ୍ରକଳ୍ପ ଏବଂ ନିରନ୍ତର ଟ୍ରାଫିକ ସମସ୍ୟା ପାଇଁ ରାଜ୍ୟର ଶାସକ କଂଗ୍ରେସ ସରକାରଙ୍କୁ ନିନ୍ଦା କରିଛନ୍ତି। DK Shivakumar କହିଥିଲେ, ବେଙ୍ଗାଲୁରୁକୁ ଦୁଇ କିମ୍ବା ତିନି ବର୍ଷ ମଧ୍ୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ । ଭଗବାନ ବି ତାହା କରିପାରିବେ ନାହିଁ । ସଠିକ ଯୋଜନା କରାଯାଇ ଭଲ ଭାବରେ କାର୍ଯ୍ୟକାରୀ ହେଲେ ହିଁ ଏହାକୁ ପରିବର୍ତ୍ତନ କରାଯାଇପାରିବ ।
The post କର୍ନାଟକ କଂଗ୍ରେସରେ ଫାଟ! କହୁକହୁ କହିଦେଲେ DK Shivakumar , ଏବେ ଭଗବାନ ବଦଳେଇପାରିବେନି ବେଙ୍ଗାଲୁରୁ ସ୍ଥିତି appeared first on Dharitri Odia News.