ସଫାରି ବସ୍‌ର ଝରକାରେ କଲରାପତରିଆ

ବେଙ୍ଗାଲୁରୁ: କର୍ନାଟକର ବନ୍ନେରଘଟ୍ଟା ଜାତୀୟ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏକ କଲରାପତରିଆ ବାଘ ଗୋଟିଏ ସଫାରି ବସ୍‌ର ଝରକା ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି। ବାଘ ଦୀର୍ଘ ସମୟ ଧରି ଝରକାର ଜାଲିକୁ ଧରି ବସ୍‌ରେ ଓହଳି ରହିଥିଲା। ବାଘକୁ ନିକଟରେ ଦେଖି ବସ୍‌ରେ ଥିବା ଲୋକମାନେ ଭୟଭୀତ ହୋଇ ଚିଲେଇବାକୁ ଲାଗିଥିଲେ। ଜାତୀୟ ଉଦ୍ୟାନର ଅଧିକାରୀଙ୍କ କହିବା ଅନୁଯାୟୀ, ସୋମବାର ବନ୍ନେରଘଟ୍ଟା ଜାତୀୟ ଉଦ୍ୟାନ ମଧ୍ୟରେ ଏକ ସଫାରି […] The post ସଫାରି ବସ୍‌ର ଝରକାରେ କଲରାପତରିଆ appeared first on Dharitri Odia News.

ସଫାରି ବସ୍‌ର ଝରକାରେ କଲରାପତରିଆ

ବେଙ୍ଗାଲୁରୁ: କର୍ନାଟକର ବନ୍ନେରଘଟ୍ଟା ଜାତୀୟ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏକ କଲରାପତରିଆ ବାଘ ଗୋଟିଏ ସଫାରି ବସ୍‌ର ଝରକା ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି। ବାଘ ଦୀର୍ଘ ସମୟ ଧରି ଝରକାର ଜାଲିକୁ ଧରି ବସ୍‌ରେ ଓହଳି ରହିଥିଲା। ବାଘକୁ ନିକଟରେ ଦେଖି ବସ୍‌ରେ ଥିବା ଲୋକମାନେ ଭୟଭୀତ ହୋଇ ଚିଲେଇବାକୁ ଲାଗିଥିଲେ। ଜାତୀୟ ଉଦ୍ୟାନର ଅଧିକାରୀଙ୍କ କହିବା ଅନୁଯାୟୀ, ସୋମବାର ବନ୍ନେରଘଟ୍ଟା ଜାତୀୟ ଉଦ୍ୟାନ ମଧ୍ୟରେ ଏକ ସଫାରି ବସ୍‌ ପର୍ଯ୍ୟଟକଙ୍କୁ ଧରି ଯାଉଥିଲା। ସେତେବେଳେ ବାଘ ସଫାରି ମଧ୍ୟରେ ଥିବା ଏକ କଲରାପତରିଆ ବାଘ ବୁଦା ପଛରେ ଲୁଚି ରହିଥିଲା। ସଫାରି ବସ୍‌ ପାଖକୁ ଆସିବା ମାତ୍ରେ ବାଘଟି ସୁଯୋଗର ଫାଇଦା ନେଇ ବସ୍‌ର ଝରକା ଉପରେ ଚଢ଼ିଗଲା। ଫଳରେ ବସ୍‌ରେ ଯାତ୍ରା କରୁଥିବା କେତେଜଣ ପର୍ଯ୍ୟଟକ ନିଜ ଆସନରେ ଠିଆ ହୋଇ ଭୟଭୀତ ହୋଇ ଚିଲେଇବା ଆରମ୍ଭ କରିଥିଲେ। କିନ୍ତୁ ଶୀଘ୍ର ସେମାନଙ୍କ ମନରୁ ଏହି ଭୟ ଦୂରେଇ ଯାଇଥିବା ବନ ବିଭାଗ ଅଧିକାରୀ କହିଛନ୍ତି। ପରେ ପର୍ଯ୍ୟଟକମାନେ ବାଘକୁ ନିକଟରେ ଦେଖି ଉପଭୋଗ କରିବାକୁ ଲାଗିଥିବା ସେ କହିଛନ୍ତି। ପର୍ଯ୍ୟଟକମାନେ ଆନନ୍ଦର ସହ ଏହି ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ। ଯେହେତୁ ସଫାରି ବସ୍‌ର ଝରକାରେ ଜାଲି ରହିଥିଲା, ତେଣୁ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିଲେ ଏବଂ କୌଣସି ଅଘଟଣ ଘଟି ନ ଥିବା ବନ ବିଭାଗର ଅଧିକାରୀ କହିଛନ୍ତି।

The post ସଫାରି ବସ୍‌ର ଝରକାରେ କଲରାପତରିଆ appeared first on Dharitri Odia News.