ପ୍ରେମ କରି ଘରୁ ପଳାଇ ଥିଲେ,  ବିବାହ ପରେ ଏବେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରଥାନା ଏସ୍‌ ଗୋପାଳପୁର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ମତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିକ୍ରମ ବରାଡଙ୍କ ସ୍ତ୍ରୀ ନିଶା ପ୍ରଧାନ। ନିଶାଙ୍କ ମା’କୁମାରୀ ପ୍ରଧାନଙ୍କ ଏତଲାକ୍ରମେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଗୁରୁବାର ଥାନା ମାମଲା ନଂ.୫୮୫/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ପୋଲିସ ଟିମ୍‌ ଆଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ […] The post ପ୍ରେମ କରି ଘରୁ ପଳାଇ ଥିଲେ,  ବିବାହ ପରେ ଏବେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ… appeared first on Dharitri Odia News.

ପ୍ରେମ କରି ଘରୁ ପଳାଇ ଥିଲେ,  ବିବାହ ପରେ ଏବେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ…
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରଥାନା ଏସ୍‌ ଗୋପାଳପୁର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ମତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିକ୍ରମ ବରାଡଙ୍କ ସ୍ତ୍ରୀ ନିଶା ପ୍ରଧାନ। ନିଶାଙ୍କ ମା’କୁମାରୀ ପ୍ରଧାନଙ୍କ ଏତଲାକ୍ରମେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଗୁରୁବାର ଥାନା ମାମଲା ନଂ.୫୮୫/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ପୋଲିସ ଟିମ୍‌ ଆଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବିକ୍ରମଙ୍କ ମାମୁଁ ଘର ଗାଁ ଭୁଶୁଣ୍ଡା। ସେ ମାମୁଁ ଘର ଗାଁ କୁ ବୁଲି ଯାଉଥିବା ବେଳେ ନିଶାଙ୍କ ସହ ସାକ୍ଷାତ ହୋଇଥିଲା। ଉଭୟେ ପରସ୍ପରକୁ ଭଲ ପାଇ ଆସୁଥିଲେ। ପ୍ରାୟ ୧୧ ମାସ ପୂର୍ବେ ଉଭୟ ପ୍ରେମୀଯୁଗଳ ଫେରାର ହୋଇଯାଇଥିଲେ। କିଛିଦିନ ପରେ ଉଭୟେ ଗ୍ରାମକୁ ଫେରିବାପରେ ଉଭୟ ପକ୍ଷଙ୍କ ପରିବାର ଲୋକଙ୍କ ସହମତି ପରେ କୁଳପ୍ରଥା ଅନୁଯାୟୀ ବିବାହ କରିଥିଲେ। ବିବାହ ସମୟରେ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହ ପରଠାରୁ ଅଧିକ ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ନିଶାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ନିଶାଙ୍କୁ ବାପଘର ଲୋକେ ଘରକୁ ନେଇ ଆସିଥିଲେ। ପରେ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ଗତ ଦୀପାବଳି ସମୟରେ ଘଟଣାର ସମାଧାନ କରି ନିଶାଙ୍କୁ ନେଇଥିଲେ। ବିକ୍ରମ ଗାଁରେ କିଛିଦିନ ରହିବା ପରେ କର୍ମକ୍ଷେତ୍ର ମୁମ୍ବାଇ ଚାଲିଯାଇଥିଲେ। ସ୍ବାମୀ ଚାଲିଗଲା ପରେ ନିଶାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ନେଇ ତାଙ୍କ ମାଆ କୁମାରୀଙ୍କୁ ଏକାଧିକ ଥର ଫୋନ ଯୋଗେ ଜଣାଇଥିଲେ। ବୁଧବାର ରାତିରେ ଶଶୁର ଘର ଲୋକେ ନିଶାଙ୍କୁ ମାଡ଼ ମାରିବା ସହ କୌଣସି କୀଟନାଶକ ଔଷଧ ପିଆଇ ଦେଇଥିଲେ। ପରେ ନିଶା ମାନସିକ ଭାରସାମ୍ୟ ହରାଇ ବିଷ ଖାଇଥିବା ନେଇ ବାପଘର ଲୋକଙ୍କୁ ଶଶୁର ଘର ଲୋକେ ଜେଣାଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ଆଡ଼ପଡ଼ା ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶାଙ୍କ ମୁଣ୍ଡ, ହାତ ଓ ଗୋଡ଼ ରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ବାପା ମା’ ଓ ଭଉଣୀ ପୋଲିସ ନିକଟରେ ବୟାନ ଦେଇଥିବା ବେଳେ କୌଣସି କାରଣରୁ ନିଶା କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକେ ପୋଲିସକୁ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

The post ପ୍ରେମ କରି ଘରୁ ପଳାଇ ଥିଲେ,  ବିବାହ ପରେ ଏବେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ… appeared first on Dharitri Odia News.