ଭାରତ ବନ୍ଦକୁ ବରଗଡ଼ରେ ସମର୍ଥନ: ଯାନବାହାନ ଚଳାଚଳ ଠପ୍‌

ବରଗଡ, ୨୧।୮(ପ୍ରେମାନନ୍ଦ ଖମାରୀ): ଏସ.ସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସ.ସି, ଏସ.ଟି ମିଳିତ ମଞ୍ଚ ବିରୋଧ କରିଛି। ସଂରକ୍ଷଣ ତାଳିକାରେ କ୍ରିମି ଲେୟର ଓ ବର୍ଗୀକରଣ କରି ଆରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ମଞ୍ଚ ଅଭିଯୋଗ କରିଛି। ଏହାର ବିରୋଧରେ ବୁଧବାର ଭାରତ ମହାବନ୍ଦ ଡାକରା ଦିଆଯାଇଛି। ଏଥିରେ ବରଗଡ଼ ଜିଲା ଏସସି, ଏସଟି ମିଳିତ ମଞ୍ଚ ସାମିଲ ହୋଇଛି। ମଞ୍ଚର ଆହ୍ବାନ କ୍ରମେ ବରଗଡ଼ […] The post ଭାରତ ବନ୍ଦକୁ ବରଗଡ଼ରେ ସମର୍ଥନ: ଯାନବାହାନ ଚଳାଚଳ ଠପ୍‌ appeared first on Dharitri Odia News.

ଭାରତ ବନ୍ଦକୁ ବରଗଡ଼ରେ ସମର୍ଥନ: ଯାନବାହାନ ଚଳାଚଳ ଠପ୍‌

ବରଗଡ, ୨୧।୮(ପ୍ରେମାନନ୍ଦ ଖମାରୀ): ଏସ.ସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସ.ସି, ଏସ.ଟି ମିଳିତ ମଞ୍ଚ ବିରୋଧ କରିଛି। ସଂରକ୍ଷଣ ତାଳିକାରେ କ୍ରିମି ଲେୟର ଓ ବର୍ଗୀକରଣ କରି ଆରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ମଞ୍ଚ ଅଭିଯୋଗ କରିଛି। ଏହାର ବିରୋଧରେ ବୁଧବାର ଭାରତ ମହାବନ୍ଦ ଡାକରା ଦିଆଯାଇଛି। ଏଥିରେ ବରଗଡ଼ ଜିଲା ଏସସି, ଏସଟି ମିଳିତ ମଞ୍ଚ ସାମିଲ ହୋଇଛି। ମଞ୍ଚର ଆହ୍ବାନ କ୍ରମେ ବରଗଡ଼ ବନ୍ଦ ପାଳନକୁ ପୂର୍ଣ ସମର୍ଥନ ମିଳିଛି।
ସକାଳ ୬ଟାରୁ ବରଗଡ଼ରେ ଦୋକାନ, ବଜାର, ସରକାରୀ, ବେସରକାରୀ ସ୍କୁଲ, କଲେଜ, ଅଫିସ, ବ୍ୟାଙ୍କ ଆଦି ବନ୍ଦ ରହିଛି। ବରଗଡ଼ ସହର ଗାନ୍ଧିଛକ, ହଲଦିପାଲି ଛକ ଆଦି ସ୍ଥାନରେ ରାସ୍ତା ଉପରେ ମଞ୍ଚର ସଦସ୍ୟମାନେ ବସି ରହିଛନ୍ତି। ଫଳରେ ଯାନବାହାନ ଚଳାଚଳ ମଧ୍ୟ ଠପ୍‌ ହୋଇପଡିଛି। ରାସ୍ତାରେ ଗାଡ଼ି ମଟର ଅଟକି ରହିଛି। ସ୍ବାସ୍ଥ୍ୟକେନ୍ଦ୍ର, ମେଡିକାଲ ଷ୍ଟୋର, ପାଥୋଲାବ ଖୋଲା ରହିଛି। ସେହିପରି ଆମ୍ବୁଲାନ୍ସ, କ୍ଷୀର ନେଉଥିବା ଗାଡି, ପରୀକ୍ଷାର୍ଥୀମାନଙ୍କୁ ଛାଡି ଦିଆଯାଉଛି। ମଞ୍ଚର ସଦସ୍ୟମାନେ ପିକେଟିଂ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଅଛନ୍ତି।

The post ଭାରତ ବନ୍ଦକୁ ବରଗଡ଼ରେ ସମର୍ଥନ: ଯାନବାହାନ ଚଳାଚଳ ଠପ୍‌ appeared first on Dharitri Odia News.