‘ପହଲଗାମ ଆକ୍ରମଣ ବେଳେ ପାକିସ୍ତାନରେ ଥିବା ମାଷ୍ଟରମାଇଣ୍ଡଙ୍କ ସହ ଯୋଗାଯୋଗରେ ଥିଲେ ଆତଙ୍କୀ’
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସୈନ୍ୟ ସଂଘର୍ଷ ଉପରେ ଏକ ସଂସଦୀୟ ସମିତିକୁ ସୂଚନା ଦେଇଛନ୍ତି ବିଦେଶ ସଚିବ ବିକ୍ରମ ମିଶ୍ରି । କଂଗ୍ରେସ ସାଂସଦ ଶିଶ ଥରୁରଙ୍କ ଅଧ୍ୟକ୍ଷତାରେ ବିଦେଶ ମାମଲାର ସ୍ଥାୟୀ ସମିତିର ବୈଠକରେ ଟିଏମସିରୁ ଅଭିଷେକ ବାନାର୍ଜୀ, କଂଗ୍ରେସର ରାଜୀବ ଶୁକ୍ଲା ଓ ଦୀପେନ୍ଦ୍ର ହୁଡ୍ଡା, ଅସଦୁଦ୍ଦିନ ଓୱେସୀ ଓ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ ଅରୁଣ ଗୋଭିଲ ସାମିଲ ହୋଇଥିଲେ ।ବୈଦେଶିକ ସଚିବ ସଂସଦୀୟ ପ୍ୟାନେଲକୁ କହିଥିଲେ ଯେ ପହଲଗାମ ଆକ୍ରମଣର ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ପାକିସ୍ତାନରେ ବସିଥିବା ମାଷ୍ଟରମାଇଣ୍ଡଙ୍କ ସହିତ ଯୋଗାଯୋଗ କରିଥିଲେ । ଏହାସହ ପ୍ୟାନେଲକୁ ଅବଗତ କରାଇଥିଲେ ଯେ ଜାତିସଂଘ ଦ୍ୱାରା ୱାଣ୍ଟେଡ୍ ଆତଙ୍କବାଦୀ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି ଏବଂ ଭାରତ ବିରୁଦ୍ଧରେ ହିଂସା ସୃଷ୍ଟି କରୁଛନ୍ତି । ସୂତ୍ର ଅନୁଯାୟୀ, ପାକିସ୍ତାନରେ ଆତଙ୍କବାଦୀ, ସାମରିକ ଗୁଇନ୍ଦା ସଂସ୍ଥା ଏବଂ ନାଗରିକ ପ୍ରଶାସନ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି, ଯାହା ଭାରତ ବିରୁଦ୍ଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।ବୈଦେଶିକ ସଚିବ ସଂସଦୀୟ କମିଟିକୁ ଏହା ମଧ୍ୟ ଜଣାଇଥିଲେ ଯେ ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦ ବିଷୟରେ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ଲଗାତାର ଉଠାଉଛି । ଏହାସହ ବିଭିନ୍ନ ପକ୍ଷଙ୍କୁ ଏ ବାବଦରେ ଅବଗ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସୈନ୍ୟ ସଂଘର୍ଷ ଉପରେ ଏକ ସଂସଦୀୟ ସମିତିକୁ ସୂଚନା ଦେଇଛନ୍ତି ବିଦେଶ ସଚିବ ବିକ୍ରମ ମିଶ୍ରି । କଂଗ୍ରେସ ସାଂସଦ ଶିଶ ଥରୁରଙ୍କ ଅଧ୍ୟକ୍ଷତାରେ ବିଦେଶ ମାମଲାର ସ୍ଥାୟୀ ସମିତିର ବୈଠକରେ ଟିଏମସିରୁ ଅଭିଷେକ ବାନାର୍ଜୀ, କଂଗ୍ରେସର ରାଜୀବ ଶୁକ୍ଲା ଓ ଦୀପେନ୍ଦ୍ର ହୁଡ୍ଡା, ଅସଦୁଦ୍ଦିନ ଓୱେସୀ ଓ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ ଅରୁଣ ଗୋଭିଲ ସାମିଲ ହୋଇଥିଲେ ।
ବୈଦେଶିକ ସଚିବ ସଂସଦୀୟ ପ୍ୟାନେଲକୁ କହିଥିଲେ ଯେ ପହଲଗାମ ଆକ୍ରମଣର ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ପାକିସ୍ତାନରେ ବସିଥିବା ମାଷ୍ଟରମାଇଣ୍ଡଙ୍କ ସହିତ ଯୋଗାଯୋଗ କରିଥିଲେ । ଏହାସହ ପ୍ୟାନେଲକୁ ଅବଗତ କରାଇଥିଲେ ଯେ ଜାତିସଂଘ ଦ୍ୱାରା ୱାଣ୍ଟେଡ୍ ଆତଙ୍କବାଦୀ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି ଏବଂ ଭାରତ ବିରୁଦ୍ଧରେ ହିଂସା ସୃଷ୍ଟି କରୁଛନ୍ତି । ସୂତ୍ର ଅନୁଯାୟୀ, ପାକିସ୍ତାନରେ ଆତଙ୍କବାଦୀ, ସାମରିକ ଗୁଇନ୍ଦା ସଂସ୍ଥା ଏବଂ ନାଗରିକ ପ୍ରଶାସନ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି, ଯାହା ଭାରତ ବିରୁଦ୍ଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ବୈଦେଶିକ ସଚିବ ସଂସଦୀୟ କମିଟିକୁ ଏହା ମଧ୍ୟ ଜଣାଇଥିଲେ ଯେ ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦ ବିଷୟରେ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ଲଗାତାର ଉଠାଉଛି । ଏହାସହ ବିଭିନ୍ନ ପକ୍ଷଙ୍କୁ ଏ ବାବଦରେ ଅବଗତ କରାଉଛି । ବୈଦେଶିକ ସଚିବ ସଂସଦୀୟ କମିଟି ଆଗରେ ଆଉ ଥରେ ସ୍ପଷ୍ଟ କରିଥିଲେ ଯେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମତାମତ ଦେବାର ଅଧିକାର ନାହିଁ ।
Also read: ଭାରତ-ପାକିସ୍ତାନ ଅସ୍ତ୍ରବିରତି ବୁଝାମଣାରେ ଆମେରିକାର କୌଣସି ଭୂମିକା ନାହିଁ: ବିକ୍ରମ ମିଶ୍ରୀ