ପୁଣେ ପୋର୍ଶେ ଦୁର୍ଘଟଣା ମାମଲାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ

ପୁଣେ,୨୨ା୫: ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ପୁଣେର ପୋର୍ଶେ ଦୁର୍ଘଟଣାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ କରିଛନ୍ତି ଜଷ୍ଟିସ ଜୁଭେନାଇଲ ବୋର୍ଡ। ଖବର ଅନୁଯାୟୀ ନାବାଳକ ଜଣକ ଦୁର୍ଘଟଣା କରିବା ପୂର୍ବରୁ ଏକ ବାରରେ ମଦ୍ୟପାନ କରିଥିଲେ। ବୋର୍ଡ କହିଛନ୍ତି ଯେ ନାବାଳକକୁ ଶିଶୁ ପର୍ଯ୍ୟବେକ୍ଷଣ କେନ୍ଦ୍ରକୁ ପଠାଇବାକୁ ପଡ଼ିବ। ଅପରାଧ ଆଧାରରେ ନାବାଳକ ଅଭିଯୁକ୍ତଙ୍କୁ ବୟସ୍କଙ୍କ ପରି ବ୍ୟବହାର କରାଯିବାକୁ ପୁଣେ ପୋଲିସ ଦାବି କରିଥିଲା। ତେବେ ଘଟଣାରେ ଅଧିକ ତଦନ୍ତ ପରେ ଶେଷ ନିଷ୍ପତି […] The post ପୁଣେ ପୋର୍ଶେ ଦୁର୍ଘଟଣା ମାମଲାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ appeared first on Dharitri Odia News.

ପୁଣେ ପୋର୍ଶେ ଦୁର୍ଘଟଣା ମାମଲାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ

ପୁଣେ,୨୨ା୫: ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ପୁଣେର ପୋର୍ଶେ ଦୁର୍ଘଟଣାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ କରିଛନ୍ତି ଜଷ୍ଟିସ ଜୁଭେନାଇଲ ବୋର୍ଡ। ଖବର ଅନୁଯାୟୀ ନାବାଳକ ଜଣକ ଦୁର୍ଘଟଣା କରିବା ପୂର୍ବରୁ ଏକ ବାରରେ ମଦ୍ୟପାନ କରିଥିଲେ।

ବୋର୍ଡ କହିଛନ୍ତି ଯେ ନାବାଳକକୁ ଶିଶୁ ପର୍ଯ୍ୟବେକ୍ଷଣ କେନ୍ଦ୍ରକୁ ପଠାଇବାକୁ ପଡ଼ିବ। ଅପରାଧ ଆଧାରରେ ନାବାଳକ ଅଭିଯୁକ୍ତଙ୍କୁ ବୟସ୍କଙ୍କ ପରି ବ୍ୟବହାର କରାଯିବାକୁ ପୁଣେ ପୋଲିସ ଦାବି କରିଥିଲା।

ତେବେ ଘଟଣାରେ ଅଧିକ ତଦନ୍ତ ପରେ ଶେଷ ନିଷ୍ପତି ନିଆଯିବ। ପୁଣେ ପୋର୍ଶେ ଦୁର୍ଘଟଣା ମାମଲାରେ ସୋମବାର ସହରର ଏକ ବାର୍‌କୁ ସିଲ୍‌ କରାଯାଇଛି। ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ୧୭ ବର୍ଷୀୟ ନାବାଳକ ଏହି ବାରରେ ମଦ ପିଇଥିବାର ପୋଲିସ ସୂଚନା ଦେଇଛି। ପୋଲିସ ଅନୁଯାୟୀ ବାର୍‌ରେ ମଦ ପିଇବା ପରେ ଅଭିଯୁକ୍ତ ନାବାଳକ ନିଶାସକ୍ତ ଅବସ୍ଥାରେ ସ୍ଥାନୀୟ କଲ୍ୟାଣୀ ନଗର ଅଞ୍ଚଳରେ ନିଜ ପୋର୍ଶୋ କାରରେ ଏକ ବାଇକକୁ ଧକ୍କା ଦେଇଥିଲେ, ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।

The post ପୁଣେ ପୋର୍ଶେ ଦୁର୍ଘଟଣା ମାମଲାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ appeared first on Dharitri Odia News.